ଯୁକ୍ତ ଦୁଇ ପରୀକ୍ଷା : ୩ଟି ବିଷୟ ପରୀକ୍ଷା ଘୁଞ୍ଚିଲା

0
143
ଯୁକ୍ତ ଦୁଇ ପରୀକ୍ଷା

ରିପୋର୍ଟ : ରାମନାଥ ଗନ୍ତାୟତ //
ଭୁବନେଶ୍ୱର, (୧୨/୦୪) : ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ୩ଟି ବିଷୟ ର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ସେହି ବିଷୟଗୁଡ଼ିକ ହେଉଛି କଳା ଓ ବିଜ୍ଞାନ ବିଭାଗ ର ଗଣିତ, କଳା ବିଭାଗ ର ଗୃହ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗ ର ବାୟୋଲୋଜି ।

ଯୁକ୍ତ ଦୁଇ ପରୀକ୍ଷା ଏସବୁ ବିଷୟ ର ପରୀକ୍ଷା ମେ’ ୧୯ ତାରିଖରେ କରିବାକୁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରି ମେ’ ୧୯ ବଦଳରେ ମେ’ ୩୧ ତାରିଖରେ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି । କାରଣ ବିଜ୍ଞାନ ବିଭାଗ ପିଲାଙ୍କ ପରୀକ୍ଷା ସୂଚୀରେ କମ୍ ବ୍ୟବଧାନ ରହୁଛି । ତେଣୁ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପିରି ପରିବର୍ତ୍ତନ କରିବାକୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟା ଯାଏ ଚାଲିବ ବୋଲି କାର୍ଯ୍ୟସୂଚୀରେ ଦର୍ଶାଯାଇଛି । ଅନ୍ୟ ବିଷୟ ଗୁଡ଼ିକରେ କୌଣସି ପରିବର୍ତ୍ତନ ହୋଇ ନଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ର ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ।

ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ରାଜ୍ୟର ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଅଫଲାଇନ୍ ମୋଡ୍‌ରେ ସମସ୍ତ ପରୀକ୍ଷା ହେବ ।