ଆନ୍ତଃ ରାଜ୍ୟ ଗାଡ଼ି ଚୋର ରେକେଟର ଅଭିଯୁକ୍ତ ଗିରଫ : ୨୨ଟି ବୁଲେରୋ, ସ୍ପେୟାର ପାର୍ଟସ ଜବତ

0
171
ଆନ୍ତଃ ରାଜ୍ୟ ଗାଡ଼ି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୩/୦୩) : ଆନ୍ତଃ ରାଜ୍ୟ ଗାଡ଼ି ଚୋର ରାକେଟ୍‌ ର ପର୍ଦ୍ଦାଫାଶ କରିଛି ବଲାଙ୍ଗୀର ପୋଲିସ । ବଲାଙ୍ଗୀର ର ବିଭିନ୍ନ ଥାନା ଅଞ୍ଚଳରୁ କାର୍‌, ବୋଲେରୋ ଚୋରି କରି ଆନ୍ଧ୍ରରେ ବିକ୍ରି କରୁଥିଲେ ଏହି ଗ୍ୟାଙ୍ଗ୍‌ ।WhatsApp Image 2022 03 23 at 7.55.43 AM 1 ଆନ୍ତଃ ରାଜ୍ୟ ଗାଡ଼ି ଚୋର ରେକେଟର ଅଭିଯୁକ୍ତ ଗିରଫ : ୨୨ଟି ବୁଲେରୋ, ସ୍ପେୟାର ପାର୍ଟସ ଜବତ

ପୋଲିସ ଆନ୍ତଃ ରାଜ୍ୟ ଗାଡ଼ି ଲୁଟ ଘଟଣାରେ ସମ୍ପୃକ୍ତ ୫ ଜଣ ଲୁଟେରାଙ୍କ ସହ ୫ ଜଣ କ୍ରେତାଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ପୋଲିସ ୨୨ ଟି ବୋଲେରୋ ଜବତ କରିବା ସହ ୧୫ ଲକ୍ଷ ଟଙ୍କାର ଲୁଟ ସ୍ପେୟାର ପାର୍ଟସ ଜବତ କରାଯାଇଛି ବୋଲି ଖବରଦାତା ସମ୍ମିଳନୀରେ ବଲାଙ୍ଗୀର ଏସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି ।

ବଲାଙ୍ଗୀର ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସ୍‌ଡିପିଓ ତୋଫାନ ବାଗଙ୍କ ତତ୍ତ୍ୱାବଧାନରେ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ସ୍କ୍ବାର୍ଡ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ର ବିଭିନ୍ନ ସ୍ଥାନରେ ଚଢାଉ କରି ୨୨ ଟି ବୋଲେରୋ ଜବତ କରିବାରେ ସଫଳ ହୋଇଛି । ପୋଲିସ ଲୁଟ ଘଟଣାରେ ସମ୍ପୃକ୍ତ ୫ ଜଣ ଲୁଟେରାଙ୍କ ସହ ୫ ଜଣ କ୍ରେତାଙ୍କୁ ଗିରଫ କରିଛି । ଏପରି କି ପୋଲିସ ୧୫ ଲକ୍ଷ ଟଙ୍କାର ଲୁଟ ସ୍ପେୟାର ପାର୍ଟସ ଜବତ କରାଯାଇଛି ।