ସନ୍ଦେହ ଘେରରେ ଟ୍ରକ ଡ୍ରାଇଭ ଅଙ୍ଗୁର ଦଣ୍ଡିଆ ର ମୃତ୍ୟୁ

0
380
ସନ୍ଦେହ ଘେରରେ

ରିପୋର୍ଟ : ସୁଶାନ୍ତ ବେହରା
ହରଭଙ୍ଗା, (୧୭/୦୪) : ସନ୍ଦେହ ଘେରରେ ଟ୍ରକ ଡ୍ରାଇଭ ଅଙ୍ଗୁର ଦଣ୍ଡିଆ ର ମୃତ୍ୟୁ । ଅଙ୍ଗୁର ଦଣ୍ଡିଆ ପିତା ସୁନା ଦଣ୍ଡିଆ ଯାହାଙ୍କର ବୟସ ପାଖାପାଖି ୨୭ ବର୍ଷ ହେବ ବାଲିଗୁଡା କନ୍ଧମାଳ ଜିଲ୍ଲା ର ଅଟନ୍ତି । ଆଜିକୁ ବହୁଦିନ ହେବ ନୟାଗଡ଼ ବାସିନ୍ଦା ।

ବର୍ତ୍ତମାନ ତାଙ୍କ ଆକସ୍ମିକ ମୃତ୍ୟୁ ସନ୍ଦେହ ଘେରରେ ! ସେ ଇସମାଇଲ ଖାଁଙ୍କ OR 09 D 5017 ଟ୍ରକ ଚଳାଉଥିଲେ । ଯାହାକି ବୋୖଦ୍ଧ ଜିଲ୍ଲା ର ଚାରିଛକ କାଠ ଡିପରେ କାମ କରେ । ସବୁଦିନ ଭଳିଆ ଚାରିଛକ ର ଆଡଣୀଗଡ଼ ଗୋଛାବରୀ ଠାରେ ରାତ୍ରି ରେ ରୋଷେଇ କରି ଖାଇ ପିଇ କାମ କରୁଥିବା ଲେବରଙ୍କ ଘର ପାଖରେ ଗାଡି ଡାଲାରେ ଶୋଇଥିଲେ ଦୁଇଜଣ ଡ୍ରାଇଭର ।

ସକାଳେ ଭୋର ପାଖା ପାଖି ୪ ଟା ସମୟରେ ମଧ୍ୟ ନିଜର ଖାଦ୍ୟ ରଖି ଅଙ୍ଗୁର ଗାଡିର ପଛ ପାଖ ସିଟରେ ବିଶ୍ରାମ ନେଇଥିଲେ । କିଛି ସମୟ ପରେ ଲେବର ଆସି ଉଠାଇବାରୁ ଆଉ ଉଠି ନଥିଲେ ଅଙ୍ଗୁର । ଏହା ନିଜେ ଟ୍ରକ କମ୍ପାନୀର ଉସମାନ ଖାଁ କହୁଛନ୍ତି ଯେକି ନୟାଗଡରେ ରୁହନ୍ତି । ଏହାଦେଖି ଲେବର ଉସମାନ ଖାଁଙ୍କୁ ତୁରନ୍ତ ଫୋନ କରିବାରୁ, ସେ ନିକଟତମ ମେଡିକାଲକୁ ନେବାପାଇଁ କହିଥିଲେ ।

ତୁରନ୍ତ ଗୋଛାବରୀ ଆଡେ଼ଣୀଗଡ ମେଡିକାଲ କୁ ଅଣା ଯାଇଥିଲା କିନ୍ତୁ ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ଡାକ୍ତରଖାନାକୁ ପଠାଇ ଥିଲେ । ପୁରୁଣା କଟକ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଏହାପରେ ପୁରୁଣା କଟକ ଥାନା ଶବକୁ ଜବତ କରି ବୋୖଦ୍ଧ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଶବ ବ୍ୟବଚ୍ଛେଦ କଲାପରେ ତାଙ୍କର ପରିବାରକୁ ହସ୍ତଗତ କରିଥିବାର ଜଣା ଯାଉଛି । ବର୍ତ୍ତମାନ ସମୟରେ ପୁରୁଣାକଟକ ପୋଲିସ ତଦନ୍ତ କରୁଥିବାର ଜଣା ପଡୁଛି ।