ବିଜ୍ଞାପନ ବକେୟା ଦେଉ ନାହାଁନ୍ତି ସରକାର ଏବଂ ବିରୋଧୀ ଦଳ

0
155
ବିଜ୍ଞାପନ ବକେୟା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୭/୦୪) : ମଣିପୁରରେ ଗଣମାଧ୍ୟମ ସଂସ୍ଥା ଗୁଡିକ ରାଜ୍ୟ ର ବିଜେପି ସରକାର ଏବଂ ବିରୋଧୀ କଂଗ୍ରେସକୁ ବହିଷ୍କାର ଚେତାବନୀ ଦେଇଛନ୍ତି । ସରକାର ଏବଂ ବିରୋଧୀ ବିଜ୍ଞାପନ ବକେୟା ଦେଉ ନଥିବା ମିଡିଆ ସଂସ୍ଥା ଗୁଡିକ ଅଭିଯୋଗ ଆଣିଛନ୍ତି ।

ବିଜ୍ଞାପନ ବକେୟା ଟଙ୍କା ପୈଠ କରା ନଗଲେ ରାଜନୈତିକ ଖବରର ବହିଷ୍କାର କରିବାକୁ ଚେତାବନୀ ଦେଇଛନ୍ତି । ଏହି ପ୍ରସଙ୍ଗରେ ଆସନ୍ତା ଏପ୍ରିଲ ୨୩ ତାରିଖରେ ସାମ୍ୱାଦିକ ସଂଗଠନର ପରବର୍ତ୍ତୀ ବୈଠକ ହେବ ।

ନିକଟରେ ଏଡିଟର୍ସ ଗିଲ୍ଡ ମଣିପୁର, ମଣିପୁର ହିଲ ଜର୍ଣ୍ଣାଲିଷ୍ଟ ୟୁନିୟନ ଏବଂ ଅଲ ମଣିପୁର ୱାର୍କିଂ ଜର୍ଣ୍ଣାଲିଷ୍ଟ ୟୁନିୟନ ବିଜ୍ଞାପନ ବକେୟାକୁ ନେଇ ବୈଠକ କରିଥିଲେ । ଏହାପରେ ଏକ ମିଳିତ ବୟାନ ଜାରି କରାଯାଇଥିଲା । ନିକଟରେ ଶେଷ ହୋଇଥିବା ମଣିପୁର ବିଧାନସଭାରେ ଦିଆଯାଇଥିବା ବିଜ୍ଞାପନ ବକେୟା ବାବଦରେ ବୟାନରେ ଉଲ୍ଲେଖ କରାଯାଇଥିଲା । ନିର୍ବାଚନ ଶେଷ ହୋଇ ସରକାର ଗଠନ ହେବା ପରେ ବି ଦୁଇ ରାଜନୈତିକ ଦଳ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ବକେୟ ପୈଠ କରି ନାହାଁନ୍ତି । ଅଧିଂକାଶ ବିଜ୍ଞାପନ ଏଜେନ୍ସି ଏବଂ ଆଉଟସୋର୍ସ ଜରିଆରେ ଆସିଥିଲା ।

ମଣିପୁର ବିଜେପି ଏବଂ ଏମପିସିସି ଦୁହିଁଙ୍କ ଅଧ୍ୟକ୍ଷଙ୍କୁ ଏପ୍ରିଲ ୨୩ ସୁଦ୍ଧା ବକେୟ ଦେବାକୁ କୁହାଯାଇଛି, ନଚେତ ବହିଷ୍କାର ପାଇଁ ଚେତାବନୀ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମଣିପୁରରେ ଦୁଇ ଡର୍ଜନରୁ ଅଧିକ ସ୍ଥାନୀୟ ଏବଂ ଦୈନିକ ଇଂରାଜୀ ଖବରକାଗଜ ପ୍ରକାଶିତ ହୋଇଥାଏ ।

ବୟାନ ଅନୁସାରେ, ଦୀର୍ଘ ବର୍ଷକୁ ମଣିପୁର ସରକାର ଉପରେ ୧୦ କୋଟି ଟଙ୍କାର ବିଜ୍ଞାପନ ବିଲ ବୟେକା ରହିଛି । ଗତ ବର୍ଷ ନଭେମ୍ୱର ୨୭ ତାରିଖରେ ତତ୍କାଳୀନ ସୂଚନା ଏବଂ ଲୋକ ସମ୍ପର୍କ ମନ୍ତ୍ରୀଙ୍କ ଆଗରେ ଏହି ପ୍ରସଙ୍ଗ ଉଠାଯାଇଥିଲା । ମଣିପୁରର ମୁଖ୍ୟ ଶାସନ ସଚିବଙ୍କ ସହ ଏହି ମାମଲାରେ ବୈଠକ ହୋଇଥିଲା । ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଟଙ୍କା ଦିଆଯିବା ନେଇ ଆଶ୍ୱାସନା ଦିଆଯାଇଥିଲା ।