ଆଞ୍ଚଳିକ ପଞ୍ଚାୟତ କଲେଜରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ତାଲିମ ଶିବିର ଉଦଯାପିତ

0
169
ଆଞ୍ଚଳିକ ପଞ୍ଚାୟତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୦/୦୪) : ବୌଦ୍ଧ ହରଭଙ୍ଗା ବ୍ଲକ ଜିଲ୍ଲା ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହରଭଙ୍ଗାରେ ଅପ୍ରେଲ ୦୮ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ହରଭଙ୍ଗା କଲେଜରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ତାଲିମ ଶିବିର ବରିଷ୍ଠ ଅଧ୍ୟାପକ ସୁଦାମ ଚରଣ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଛି ।WhatsApp Image 2022 04 21 at 10.04.22 AM ଆଞ୍ଚଳିକ ପଞ୍ଚାୟତ କଲେଜରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ତାଲିମ ଶିବିର ଉଦଯାପିତ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ସରପଞ୍ଚ ଶ୍ରୀମତୀ ଶକୁନ୍ତଳା ବେହେରା, ମୁଖ୍ୟ ବକ୍ତା ଭାବରେ ଆଞ୍ଚଳିକ ପଞ୍ଚାୟତ କଲେଜ ର ଅର୍ଥନୀତି ବିଭାଗ ର ଅଧ୍ୟାପକ ହିମାଂଶୁ ଶେଖର ରାଉତ ଯୋଗ ଦେଇ ପୁରାଣ ଇତିହାସ ଯୁଗ ର ନାରୀ ମାନଙ୍କ ପରି ନିର୍ଭୀକ କର୍ମଠ ହେଲେ ସମାଜ ପରିବର୍ତ୍ତନ ହୋଇ ପାରିବ ବୋଲି ତାଙ୍କ ଅଭିଭାଷଣରେ ଛାତ୍ରୀ ମାନଙ୍କୁ ପ୍ରକାଶ କରିବା ସହ ଛାତ୍ରୀ ମାନଙ୍କୁ କର୍ମଠ ଓ ସାହସୀ ହେବା ନିମନ୍ତେ ଆହ୍ୱାନ କରିଥିଲେ ।

ସମ୍ମାନୀତ ଅତିଥି ରୂପେ ଅଧ୍ୟାପକ ଲଳିତ ମହାପାତ୍ର, କ୍ରୀଡା ଶିକ୍ଷକ କୁସଧ୍ଵଜ ମହାକୁଡ଼, ଅଧ୍ୟାପିକା ସସ୍ମିତା ହାଂସଦା, ସରପଞ୍ଚ ପ୍ରତିନିଧି ପ୍ରକାଶ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ପରିଶେଷରେ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଛାତ୍ରୀ ବିଜୁଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ମାଷ୍ଟର ଟ୍ରେନର ଭାବେ ହରଭଙ୍ଗା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ମିଲି ନାୟକ ଓ ବୁକେସିଙ୍ଗା ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ପଦ୍ମିନୀ ବାରିକ ଯୋଗ ଦେଇ ଦୀର୍ଘ ଆଠ ଦିନ ପର୍ଯ୍ୟନ୍ତ ଛାତ୍ରୀ ମାନଙ୍କୁ ତାଲିମ ଦେଉଥିଲେ ।