ଗୁଣପୁର ମହାବିଦ୍ୟାଳୟ ର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

0
204
ଗୁଣପୁର ମହାବିଦ୍ୟାଳୟ

ରିପୋର୍ଟ : ବିରଞ୍ଚି ପ୍ରସାଦ
ରାୟଗଡ଼ା, (୨୧/୦୪) : ରାୟଗଡ଼ା ଜିଲ୍ଲା ଗୁଣପୁର ମହାବିଦ୍ୟାଳୟ ର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 04 21 at 10.04.40 AM ଗୁଣପୁର ମହାବିଦ୍ୟାଳୟ ର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୁଣପୁର ମହାବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ମୋହନ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବା ପାଇଁ ଉଦବୋଧନ ଦେଇଥିଲେ ।

ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ବାରିକ ଯୋଗ ଦେଇ ଶୃଙ୍ଖଳିତ ଭାବେ ଜୀବନ ବଞ୍ଚିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବାମଦେବ ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ଜଗନ୍ନାଥ ଦୀପ୍ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ସେହିପରି ପ୍ରାଧ୍ୟାପକ ଶଶୀଭୂଷଣ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତିଙ୍କ ଭାଷଣ ପରେ ଛାତ୍ର ସଂସଦର ଉପବେଷ୍ଟା ଡ଼. ସୂର୍ଯ୍ୟନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଯଥା- ପ୍ରବନ୍ଧ, ତର୍କ, ଗୀତ, ନୃତ୍ୟ, ଏକାଭିନୟ, ଚିତ୍ରାଙ୍କନ ଓ ବିଜ୍ଞାନ ପ୍ରଦର୍ଶନୀ ପ୍ରଭୃତିରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ଭକ୍ତ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା ।WhatsApp Image 2022 04 21 at 10.04.40 AM 1 ଗୁଣପୁର ମହାବିଦ୍ୟାଳୟ ର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶେଷରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଗୀତ, ନୃତ୍ୟ ଆଦି ପରିବେଷିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟ।ପିକା ଓ କର୍ମଚାରୀ ମାନେ ସକ୍ରିୟ ଭାବରେ ଉପସ୍ଥିତ ଥିଲେ । ଏନ.ସି.ସି ଛାତ୍ରଙ୍କ ଦ୍ଵାରା ଅତି ଶୃଙ୍ଖଳିତ ଦ୍ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା ।

କରୋନା କଟକଣା ଯୋଗୁଁ ଦୁଇ ବର୍ଷ ହେଲା ସବୁ କାର୍ଯକ୍ରମ ବନ୍ଦ ରହିଥିଲା । ତେଣୁ ଛାତ୍ରଛାତ୍ରୀ ମାନେ ଆତୁର ସହକାରେ ଏହି କାର୍ଯ୍ୟକ୍ରମ କୁ ଚାହିଁ ରହିଥିଲେ । ମହାବିଦ୍ୟାଳୟ ର ପ୍ରତ୍ୟେକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।