ଭାରତୀୟ ହକି ଟିମର ସଫଳତା ପଛରେ ନବୀନଙ୍କ ହାତ : ଛୁଟୁଛି ସୁଭେଚ୍ଛାର ବାର୍ତ୍ତା

0
198

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୩/୦୮) : ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମଥର ପାଇଁ ଭାରତୀୟ ମହିଳା ହକି ଟିମ୍ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛି । ଏଥିସହିତ ଦିର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ୍ ମଧ୍ୟ ଅଲିମ୍ପିକ୍ସ ରେ ସେମି ଫାଇନାଲକୁ ପ୍ରବେଶ କରିଛି ।

୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ ର ପ୍ରାୟୋଜକ ରହିଛି । ହକିର ପଚାର ପ୍ରସାର ପାଇଁ ଓଡ଼ିଶାର ପ୍ରୟାସ ଅତୁଳନୀୟ । ଏପରି ସ୍ଥଳେ ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛୁଟୁଛି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ।

ହକି ଟିମର ବିଜୟ ପରେ କଂଗ୍ରେସ ବିଧାୟକ ସୁରେଶ ରାଉତ ରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ନୂଆ ଦିଗ ଦେଇଛନ୍ତି । କଳିଙ୍ଗ ଷ୍ଟାଡିଅମକୁ ନବୀନ ନୂଆରୂପ ଦେଇଛନ୍ତି । ଏହି ବଜେଟକୁ ୮ କୋଟିରୁ ୩୦ କୋଟି କରାଯାଇଛି ।

ଓଡ଼ିଶାରେ ନବୀନ ନିଜେ ହକି ମ୍ୟାଚର ଆୟୋଜନ କରିଥିବା ବେଳେ ପୁରା ବିଶ୍ୱ ଆଗରେ ଓଡ଼ିଶା ଓ କଳିଙ୍ଗ ଷ୍ଟାଡିଅମକୁ ପରିଚିତ କରାଇଛନ୍ତି । ଯେଉଁଥିପାଇଁ ହକି ଟିମ କୁ ସାରା ବିଶ୍ୱ ପ୍ରଶଂସା କରିଥିଲା । ସେପଟେ ହକି ଟିମର ପ୍ରାୟୋଜକ ବ୍ୟବସ୍ଥା ଏବଂ ସୁନ୍ଦରଗଡରେ ନୂଆ ହକି ଷ୍ଟାଡିଅମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁରେଶ ରାଉତରାୟ ।

ଭାରତୀୟ ହକି ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ନିମନ୍ତେ କୃତଜ୍ଞତା ଜଣାଇଛନ୍ତି ହକି ପ୍ରଶାସକ ତଥା ଭାରତୀୟ ଅଲିମ୍ପିକ ଆସୋସିଏସନ୍‌ ସଭାପତି ନରିନ୍ଦର ଧୃବ ବାତ୍ରା । ଟୋକିଓରୁ ଏକ ବାର୍ତ୍ତାରେ ଶ୍ରୀ ବାତ୍ରା କହିଛନ୍ତି ଯେ ଭାରତୀୟ ହକି ଦଳର କ୍ୱାର୍ଟର ଫାଇନାଲ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିବାରୁ କୃତଜ୍ଞତା ଜଣାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଶୁଭେଚ୍ଛା ନିଶ୍ଚିତ ଭାବରେ ଭାରତୀୟ ହକି ଦଳର ମନୋବଳ ବୃଦ୍ଧି କରିବ ।

ଅଲମ୍ପିକ୍ସରେ ପୁରୁଷ ଓ ମହିଳା ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ା ବିଭାଗ, ବିଶାଲ ଦେବ, ଭିନିଲ କ୍ରାଷ୍ଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ । ମୁଖ୍ୟମନ୍ତ୍ରୀ ହକିକୁ ଅନ୍ୟ ଖେଳ ପରି ପ୍ରାଥମିକତା ଦେଇ ଏହାର ବିକାଶ କରୁଛନ୍ତି ।

ଦୁଇ ବର୍ଷ ହେବ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ରହିଛି ଓଡ଼ିଶା । ପ୍ରାୟୋଜକ ପାଇଁ କେହି ରାଜି ହେଉନଥିବା ବେଳେ, ଓଡ଼ିଶା ପ୍ରାୟୋଜକ ହୋଇଥିଲା ବୋଳି ଦିଲ୍ଲୀପ ତିର୍କୀ କହିଛନ୍ତି । ହକିର ପ୍ରସାର ପାଇଁ ଓଡ଼ିଶାରେ ବିଶ୍ୱକପ ହେଲା ଯାହା ରାଜ୍ୟ ବଡ଼ ସଫଳତା । ହକି କ୍ୟାମ୍ପ, ଚାମ୍ପିଅନସ ଟ୍ରଫି ମଧ୍ୟ ଆୟୋଜନ କରାଗଲା । ଆଗାମୀ ବିଶ୍ୱକପ ବି ରାଉରକେଲା ଓ ଭୁବନେଶ୍ୱରରେ ହେବ ବୋଲି ସେ କହିଛନ୍ତି ।

ସେହିପରି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ଆଜି ଯଦି କିଏ ସବୁଠୁ ବେଶି ଖୁସି ଓ ଉତ୍ସାହିତ ହେବା କଥା ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ହୋଇଥିବାରୁ ପ୍ରଶଂସା କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ମହିଳା ହକି ଦଳର ବିଜୟର ସମସ୍ତ ଶ୍ରେୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଯିବ ବୋଲି କହିଛନ୍ତି ରାଜଦୀପ ସରଦେଶାଇ ।

ସେହିପରି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ଆଜି ଯଦି କିଏ ସବୁଠୁ ବେଶି ଖୁସି ଓ ଉତ୍ସାହିତ ହେବା କଥା ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ହୋଇଥିବାରୁ ପ୍ରଶଂସା କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ମହିଳା ହକି ଦଳର ବିଜୟର ସମସ୍ତ ଶ୍ରେୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଯିବ ବୋଲି କହିଛନ୍ତି ରାଜଦୀପ ସରଦେଶାଇ ।

ସେ ଆହୁରୀ କହିଛନ୍ତି, ଅଧିକାଂଶ ରାଜନେତା ଓ କର୍ପୋରେଟର କ୍ରିକେଟ ସହିତ ସଂଶ୍ଳିଷ୍ଟ । କାରଣ କ୍ରିକେଟରେ ହକିଠାରୁ ଅଧିକ ରୋମାଞ୍ଚ ରହିଛ । କିନ୍ତୁ ଓଡ଼ିଶା ଏମିତି ଏକ ରାଜ୍ୟ ଯିଏ ହକି ସହିତ ଯୋଡ଼ି ହୋଇ ଏବେ ବିଶାଳ ଉଦାହରଣ ସୃଷ୍ଟି କରିଛି । ଭାରତୀୟ ମହିଳା ହକି ଟିମ୍ର ବିଜୟ ପରେ ଟ୍ୱିଟ୍ କରି ଏଭଳି ସୂଚନା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ।

ବିଜୟ ପରେ ଓଡ଼ିଆ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି କ୍ରୀଡ଼ାମନ୍ତ୍ରୀ । ବିଶ୍ୱରେ ଓଡ଼ିଶାର ଆମ ଖେଳାଳି ଟେକ ରଖିଲେ ବୋଲି କହିଛନ୍ତି କ୍ରିଡ଼ାମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରତି ପ୍ରତିବଦ୍ଧତାରୁ ଅନେକ ସଫଳତା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଚେଷ୍ଟା ପାଇଁ ତୃଣମୂଳସ୍ତରରୁ ଖେଳାଳିଙ୍କ ପ୍ରତିଭାର ବିକଶିତ କରାଯାଉଛି । ତେବେ ଉଭୟ ଦଳ ପଦକ ନେଇ ଫେରନ୍ତୁ ବୋଲି କହିଛନ୍ତି କ୍ରିଡ଼ାମନ୍ତ୍ରୀ ।