ସୋରରେ ଓକିଲଙ୍କୁ ପୋଲିସର ଦୁର୍ବବ୍ୟହାର ପ୍ରତିବାଦରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରତିବାଦ ବୈଠକ

0
193

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୨/୦୮) : ସୋରରେ ଓକିଲଙ୍କୁ ପୋଲିସର ଦୁର୍ବବ୍ୟହାର ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ଠାରେ ଆଜି ସଭାପତି ସଂଜୟ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଥିଲା ।ସୋରରେ

ସୋରରେ ବାଲେଶ୍ୱର ପୋଲିସ ର ଜନୈକ ବାର ଆସୋସିଏସନ ର ସଦସ୍ୟଙ୍କୁ ଦୁର୍ବ୍ୟବହାର କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବାସହ ଏହାକୁ ଦୃଢ଼ ନିନ୍ଦା କରାଯାଇଥିଲା । ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବି ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଛି ।

ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ବାଲେଶ୍ୱର ପୋଲିସର କୁ ଏକ ଦାବୀପତ୍ର ପ୍ରଦାନ କରାଯିବା ପାଇଁ ଆସୋସିଏସନର ନିଷ୍ପତି ଗୃହୀତ କରାଯାଇଥିଲା । ବୈଠକରେ ତୃତୀୟ ଲହରକୁ ନଜରରେ ରଖି ଯେଭଳି ଜରୁରୀ କାଳୀନ ଆଇନସେବା କାର୍ଯ୍ୟ ଚାଲୁ ରହିଥିଲା ସେପରି ସେବା ଚାଲୁରହିବା ବୋଲି ନିଷ୍ପତି ନିଆଯାଇଥିଲା ।

ଏହି ବୈଠକରେ ସମ୍ପାଦକ ଟଂକଧାର ବେହେରା ,ଉପସଭାପତି ସରୋଜ ପାଢ଼ୀ,ନବକିଶୋର ଗୁରୁ ,ବରିଷ୍ଠ ଆଇନଜୀବି ଦିୟୀଶ ପଟ୍ଟନାୟକ, ପ୍ରସାଦ ପଟ୍ଟନାୟକ,ଉପସଭାପତି ସରୋଜ କୁମାର ପାଢୀ , ସହସମ୍ପାଦକ ପ୍ରଶାନ୍ତ ସନ୍ଥ , ଚିତରଂଜନ ବେହେରା , ଭାବଗ୍ରହୀ ପଣ୍ଡା,ସୁବାଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।