ଆଇଟି ସେଲ୍ : ରାଜ୍ୟ ମହିଳା ମୋର୍ଚ୍ଚା ଟାର୍ଗେଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା !

0
188
ଆତ୍ମଘାତୀ ଆଇଟି

ରିପୋର୍ଟ : ଦେବଦତ୍ତ ରଥ //
ଭୁବନେଶ୍ୱର, (୨୩/୦୪) : ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ଟାର୍ଗେଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା । ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା । ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରି ସିଧାସଳଖ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି ସେ ଅନେକ ଗୁଡ଼ିଏ କଥା ଲେଖିଛନ୍ତି । ଏପରିକି ତାଙ୍କୁ ଦଳକୁ ଆଣିଲା କିଏ ବୋଲି ପ୍ରଶ୍ନ କରିଛନ୍ତି ।11530f79 aef3 4abd a4ab 3a6257712242 ଆଇଟି ସେଲ୍ : ରାଜ୍ୟ ମହିଳା ମୋର୍ଚ୍ଚା ଟାର୍ଗେଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା !

ବାସ୍ତବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ଓଡ଼ିଶା ବିଜେପି ର ମଙ୍ଗୁଆଳ ବୋଲାନ୍ତି । ଦଳରେ ତାଙ୍କ ବିନା ଇଙ୍ଗିତରେ ପତ୍ରଟିଏ ବି ହଲେନି । ନିର୍ବାଚନରେ କିଏ ଟିକେଟ୍ ପାଇବ ଠାରୁ ଆରମ୍ଭ କରି କିଏ ରାଜ୍ୟ ସଭାପତି କିଏ ହେବ, ଅନ୍ୟାନ୍ୟ ପଦାଧିକାରୀ ସବୁ କିଏ ହେବେ, କିଏ ଜିଲ୍ଲା ସଭାପତି ହେବ, ମିଶ୍ରଣ ପର୍ବ କରି ଦଳରେ କାହାକୁ ମିଶାଯିବ ସବୁ ନିଷ୍ପତ୍ତି ମନ୍ତ୍ରୀଙ୍କର । କିନ୍ତୁ, ଅପରାଜିତା ଷଡ଼ଙ୍ଗୀଙ୍କ କ୍ଷେତ୍ରରେ ଘଟିଗଲା ବ୍ୟତିକ୍ରମ । ଅପରାଜିତା ସିଧାସଳଖ ମୋଦୀ/ପିଏମଓ ଯୋଗାଯୋଗରେ ବିଜେପିରେ ଯୋଗେଦେଲେ ।

ଯାହା କି ନାଁ, ମନ୍ତ୍ରୀଙ୍କୁ ନାଁ, ରାଜ୍ୟ ବିଜେପିରେ ତାଙ୍କ ଅନୁଗତ ଗଣଙ୍କୁ ହଜମ ହେଲା । ସେବେଠାରୁ ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଏକ ଶୀତଳ ଯୁଦ୍ଧ ଚାଲିଆସିଛି । ବିଜେଡି ସରକାରକୁ ଅପରାଜିତା ଟାର୍ଗେଟ୍ କରିବାରେ କିମ୍ବା ବିଜେଡି ସରକାର ପକ୍ଷରୁ ଅପରାଜିତାଙ୍କୁ ଟାର୍ଗେଟ୍ କରାଯିବାରେ ଅନେକ ଥର ଏକାକୀ ଲଢ଼ି ଆସିଛନ୍ତି ଅପରାଜିତା । ରାଜ୍ୟ ବିଜେପିର ଆଗ ଧାଡ଼ିର ଧର୍ମେନ୍ଦ୍ରଙ୍କ ଅନୁଗତ ପଦାଧିକାରୀ ମାନେ ଅପରାଜିତାଙ୍କୁ ଅସହଯୋଗ କରିବା, ଅଣଦେଖା କରିବା, ଗୁରୁତ୍ୱ ନଦେବା ଆଦି କାମ କରି ଆସୁଛନ୍ତି ।

ଏବେ ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା ସତରୂପା ମିଶ୍ର ନିଜ ଦଳର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ସିଧାସଳଖ ଟାର୍ଗେଟ୍ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି । ଯାହା କି ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛି । ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରି ସିଧାସଳଖ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି ଆଇଟି ସେଲ୍ ସଂଯୋଜିକା ଜଣଙ୍କ ଲେଖିଛନ୍ତି, “୨୦୨୨ ପୌର ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ । ସବୁବେଳେ ପାର୍ଟି ପୂର୍ଣ୍ଣ ସମର୍ଥନ ଦେଇଛି । ତଥାପି ନିନ୍ଦା ସହୁଛି ।457d324c a9c5 4989 bbb7 1627b56924e9 ଆଇଟି ସେଲ୍ : ରାଜ୍ୟ ମହିଳା ମୋର୍ଚ୍ଚା ଟାର୍ଗେଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ! ମୋର କେତୋଟି ବ୍ୟକ୍ତିଗତ ପ୍ରଶ୍ନ । ଆଇଏଏସ୍ ଥିଲେ ।

ଦଳକୁ ଆଣିଲା କିଏ ? ଆପଣ କେବଳ ବିଜେପିକୁ କାହିଁକି ଆସିଲେ ? ଆସିଲା ବେଳେ ଦଳକୁ ଏକା ଆସିଥିଲେ ନାଁ ଆଉ କାହାକୁ ସାଙ୍ଗରେ ଧରି ଆସିଥିଲେ ? ୨୦୧୯ ନିର୍ବାଚନ ସମୟରେ ଆପଣଙ୍କୁ ବିଜେପି ପାର୍ଟି ସହଯୋଗ କରୁଥିଲା କି ନାହିଁ ? ଏମପି ହଉ ହଉ କାହିଁକି ଅଜିତା, ୟୁଥ ଫର୍ ଆକ୍ସନ ଗଢ଼ିଲେ ? ଆପଣ କ’ଣ ଆମକୁ ଆଉ ଆମ ପାର୍ଟିକୁ ଭଲ ପାଉନାହାଁନ୍ତି / ପରିବାର ବୋଲି ଭାବୁନାହାନ୍ତି ?

ବିଜେପି ଲୋକଙ୍କୁ ବିଜେପି ବିରୋଧୀ କରେଇ, ଅଜିତା, ୟୁଥ ଫର୍ ଆକ୍ସନରେ କାହିଁକି ସାମିଲ କରେଇଲେ? ଆପଣ କେତେଥର ରାଜ୍ୟ ଅଫିସକୁ ଯାଇ, ରାଜ୍ୟର ସମସ୍ତ ମୋର୍ଚ୍ଚାର ପଦାଧିକାରୀଙ୍କୁ ଭେଟିଲେଣି / ବୈଠକ ଡକେଇଲେଣି? ଆପଣଙ୍କୁ ସବୁତକ ଗୁଡ୍ ଲକ୍/ ପ୍ରଫିଟ୍ ତୁରନ୍ତ କାହିଁକି ଦରକାର? ଆପଣ ଯଦି ବାସ୍ତବରେ ରାଜ୍ୟ ମୁଖିଆ (ବିଜେପିର) ହେବାକୁ ଚାହୁଁଛନ୍ତି, ତେବେ ପାର୍ଟିର ଡେଭଲପମେଣ୍ଟ ପାଇଁ, ପାର୍ଟିର ଖର୍ଚ୍ଚ ବହନ ପାଇଁ କି କି ପଦକ୍ଷେପ ନେଇଛନ୍ତି ? ପାର୍ଟିକୁ ପରିବାର ଭଳି ଚଳେଇବା ପାଇଁ କି କି ଚିନ୍ତା/ଚେଷ୍ଟା କରିଛନ୍ତି?” ଫ୍ରି ଆଡଭାଇସ୍ ସମସ୍ତଙ୍କ ପାଇଁ । ପାର୍ଟିକୁ ଭଲପାଅ ମଣିଷକୁ ନୁହେଁ । ଷ୍ଟପ ଗ୍ରୁପିଯଜିମ । ଲଙ୍ଗ୍ ଲିଭ୍ ବିଜେପି ।”

ନିଜ ପ୍ରତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆଇଟି ସେଲ୍ ସଂଯୋଜିକା ଜଣଙ୍କ ନିଜେ ଏପରି ପୋଷ୍ଟ୍ କରିଛନ୍ତି, ନାଁ ଏପରି ପୋଷ୍ଟ୍ କରିବାକୁ ତାଙ୍କୁ ସିଆଡ଼ୁ ଲିଖିତ (ନିର୍ଦ୍ଦେଶ) ପୋଷ୍ଟ୍ ଆସିଛି ତାହା ସନ୍ଦେହ ସୃଷ୍ଟି କରୁଛି । ଏଥିରେ ପୁଣି ରାଜ୍ୟ ମହିଳା ମୋର୍ଚ୍ଚାର ଦୁଇ/ତିନି ଜଣ ପଦାଧିକାରୀ ତାଙ୍କୁ ସମର୍ଥନ ଦେଉଛନ୍ତି । ଆଉ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ମୌନ ରହିଛନ୍ତି । ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ସଂଯୋଜିକାଙ୍କ ନିଜ ଦଳର ଜଣେ ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ପ୍ରତି ଆକ୍ଷେପମୂଳକ ପୋଷ୍ଟ୍ ଉପରେ କ’ଣ ରାଜ୍ୟ ସଭାନେତ୍ରୀଙ୍କ ସମର୍ଥନ ରହିଛି ? ନାଁ, ମହିଳା ମୋର୍ଚ୍ଚା ତାଙ୍କ କଣ୍ଟ୍ରୋଲରେ ନାହିଁ ? ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି !!