ଗରମ ସାଙ୍ଗକୁ ଭାରି ପଡ଼ୁଛି ପାୱାର କଟ୍

0
146
ଗରମ ସାଙ୍ଗକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୫/୦୪) : ଗରମ ସାଙ୍ଗକୁ ଭାରି ପଡ଼ୁଛି ପାୱାର କଟ୍ । ଆଗକୁ ଆହୁରି ଜଟିଳ ହୋଇପାରେ ବିଜୁଳି ସମସ୍ୟା । ଏହାର ସମାଧାନ ପାଇଁ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସୁଛି ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଡାକିଥିବା ଏହି ବୈଠକରେ ଗ୍ରୀଡକୋ, ଓପିଟିସିଏଲ୍ ଓ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ସହ ବିଜୁଳି କାଟ ସମସ୍ୟା ର କିପରି ମୁକାବିଲା କରାଯିବ ସେନେଇ ବୈଠକରେ ମୁଖତଃ ଆଲୋଚନା ହେବ । ରାଜ୍ୟ ର ବିଭିନ୍ନ ଜଳ ଭଣ୍ଡାର ର ସ୍ଥିତି ଭଲ ଥିଲେ ମଧ୍ୟ ଜଳ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଛି । ଗରମ ସାଙ୍ଗକୁ ଭାରି ପଡ଼ୁଛି ପାୱାର କଟ୍ ।

କୋଇଲା ଅଭାବରୁ ତାପଜ ବିଦ୍ୟୁତ୍ କେନ୍ଦ୍ର ଗୁଡ଼ିକ ଯେତିକି ବିଜୁଳି ରାଜ୍ୟକୁ ଦେବା କଥା ଦେଇପାରୁ ନାହାଁନ୍ତି । ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲି ସ୍ଥିତ ଏନଟିପିସି ର ଗୋଟିଏ ୟୁନିଟରେ ହଠାତ୍ ସମସ୍ୟା ଦେଖାଦେଇଛି । ଫଳରେ ଓଡ଼ିଶାକୁ ୪ ଶହ ମେଗାୱାଟ୍ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହୋଇଛି ।