ବାଇକ ଡିକି ରୁ ଦିନ ତମାମ ୫୦,୦୦୦ ଟଙ୍କା ଚରି କଲେ ଦୁର୍ବୁତ୍ତ

0
140
ବାଇକ ଡିକି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୬/୦୪) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତ ର ବଡ ତଡରା ଗ୍ରାମ ର ଟିଆକା ପ୍ରସାଦ ତାଙ୍କ ନିଜ ଜମା ଖାତା ର ଟଙ୍କା କୁ ବ୍ୟାଙ୍କ ରୁ ଉଠାଇ ବାଇକ ଡିକି ରେ ୫୦,୦୦୦/ ଟଙ୍କା ରଖିଥିଲେ ।

ସେ ତାଙ୍କର ଘର କାମ ଚାଲିଥିବାରୁ ଟଙ୍କା ଆବଶ୍ୟକ ପଡ଼ିଥିବାରୁ ସ୍ଥାନୀୟ କଲ୍ୟାଣସିଂହପୁର ଷ୍ଟେଟ ବ୍ୟାଙ୍କ କୁ ନିଜ ହିରୋ ଏଚ ବି ଡିଲକ୍ସ ବାଇକ ଯୋଗେ ଟଙ୍କା ଆଣିବା ପାଇଁ ଯାଇଥିଲେ । ସେଠାରେ ୫୦,୦୦୦ ଟଙ୍କା ଉଠାଇଲା ପରେ ବାଇକ ଡିକି ରେ ରଖିଥିଲେ । ବଜାରରେ ଖରା ଯୋଗୁଁ ଟୋପି କିଣିବା ପାଇଁ ବାଇକ ରଖି ଦୋକାନ କୁ ଯାଇଥିଲେ ।

ଟୋପି କିଣିବା ପରେ ସେ ବାଇକ ରେ ନିଜ ଗାଁ କୁ ଯାଇ ଡିକି ଖୋଳି ଦେଖିବା ବେଳକୁ ଡିକି ରେ ଟଙ୍କା ନ ଥିବା ଦେଖି ଥିଲେ । ସାଙ୍ଗେ ସାଙ୍ଗେ କଲ୍ୟାଣସିଂହପୁର ବ୍ୟାଙ୍କ କୁ ଯାଇ ଶାଖା ପରିଚାଳକ ଙ୍କୁ ଜଣାଇ ଥିଲେ । ପରେ ଏକ ଲିଖିତ କଲ୍ୟାଣସିଂହପୁର ଥାନାରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଥାନା ଅଧିକାରୀ ଙ୍କୁ ପଚାରିବାରୁ ମାର୍କେଟ ଓ ବ୍ୟାଙ୍କ ର ସି ସି ଟିଭି ଫୁଟେଜ ଆଣି ତଦନ୍ତ ଚଲାଇଛୁ ବୋଲି କହିଛନ୍ତି ।

ରାୟଗଡା ଜିଲ୍ଲା ରେ ଗୋଟିଏ ଦିନରେ ତିନୋଟି ସ୍ଥାନରେ ଗୁଣୁପୁର, ଆମ୍ବଦୋଳା ଓ କଲ୍ୟାଣସିଂହପୁର ରେ ଦୁର୍ବୁତ୍ତ ମାନେ ଲୁଟିନେଇଥିବା ଜଣାପଡିଛି । ଏହା ରାୟଗଡା ଜିଲ୍ଲା ର ପୁଲିସ ମାନଙ୍କ ପାଇଁ ଦୁର୍ବୃତ୍ତ ଙ୍କୁ ଧରିବାରେ ଅସଫଳ ହେଉଥିବା ଦେଖିବାକୁ ମିଳୁଛି ।