ଡୁଙ୍ଗୁରିପାଲି ବ୍ଲକରେ ଆରମ୍ଭ ହେଲା ପରିବର୍ତ୍ତନ ଯାତ୍ରା

0
166
ଡୁଙ୍ଗୁରିପାଲି ବ୍ଲକରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୩୦/୪) : ବିଭିନ୍ନ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲା ର ଡୁଙ୍ଗୁରିପାଲି ବ୍ଲକରେ ଯୁବନେତା ବଳଦେବ ପ୍ରସାଦ ବେଦବାକ ଙ୍କ ନେତୃତ୍ୱରେ ବାହାରିଥିବା ପରିବର୍ତ୍ତନ ଯାତ୍ରା ଆଜି ଜିଲ୍ଲା ର ଡୁଙ୍ଗୁରିପାଲି ବ୍ଲକର କର୍ଲାଯୁରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲ ପାଲି ଗ୍ରାମ ରୁ ଆରମ୍ଭ ହୋଇଥିଲା ।

ପ୍ରଥମେ ମହୁଲ ପାଲି ଗ୍ରାମରେ ମହାପ୍ରଭୁ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ ଶୁଭସ୍ତମ୍ଭ ସ୍ଥାପନ ପୂର୍ବକ ଗ୍ରାମବାସୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇ ଡୁଙ୍ଗୁରିପାଲି ବ୍ଲକରେ ପରିବର୍ତ୍ତନ ଯାତ୍ରା ର ଶୁଭାରମ୍ଭ କରାଯାଇଥିଲା । ଏହି ଯାତ୍ରା ମହୁଲ ପାଲି, ଗଜମାଲ, ତିଲେଇମାଲ୍ ଆଦି ଗ୍ରାମ ସମୁହକୁ ପରିକ୍ରମା କରିଥିଲା ।WhatsApp Image 2022 04 30 at 8.12.36 PM ଡୁଙ୍ଗୁରିପାଲି ବ୍ଲକରେ ଆରମ୍ଭ ହେଲା ପରିବର୍ତ୍ତନ ଯାତ୍ରା

ଏହି ଗ୍ରାମ ମାନଙ୍କରେ ଲୋକଙ୍କ ଠାରୁ ଜଳ ସେଚନ, ସ୍ୱାସ୍ଥ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଦୁର୍ନୀତି, ବିଜୁଳି ସମସ୍ୟା ମନରେଗା ସୁବିଧା ନ ପାଇବା ଇତ୍ୟାଦି ଅନେକ ପ୍ରସଙ୍ଗ ଉପରେ ଉପସ୍ଥିତ ଗ୍ରାମବାସୀ ଶ୍ରୀ ବେଦବାକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ପୁଣି ଚେରୁପାଲି ଗ୍ରୀଡ୍ ରୁ ସର୍ଗୁଲ ଫିଡ଼ର୍ ଲାଇନ୍ ବିନା କାରଣରେ ବାରମ୍ବାର ବିଜୁଳି କାଟ କରି ଲୋକଙ୍କୁ ଟାଟା ପାୱାର କମ୍ପାନୀ ହଇରାଣ କରୁଥିବା ପ୍ରକାଶ କରି ଦୃଢ଼ ଉଦବେଗ ପ୍ରକାଶ ପାଇଥିଲା । ଏହି ପରିବର୍ତ୍ତନ ଯାତ୍ରାରେ ବଳଦେବ ପ୍ରସାଦ ବେଦବାକ ଙ୍କ ସହ ସୁରେଶ ପାତ୍ର, ପ୍ରଶାନ୍ତ ସାହୁ, ସନ୍ତୋଷ ସାହୁ, ସୌମ୍ୟରଞ୍ଜନ, ରାମ ଘିବେଲା, ସଞ୍ଜୀବ ସାହୁ, ଅଶୋକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ବିଭିନ୍ନ ଗ୍ରାମ ମାନଙ୍କରେ ଲୋକ ମାନଙ୍କ ଅଦ୍ଭୁତପୂର୍ବ ସମର୍ଥନ ଦେଖିବାକୁ ମିଳିଥିଲା ।