ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ର ସମୀକ୍ଷା ବୈଠକ ଅନୁଷ୍ଠିତ

0
141
ନିର୍ବାଚନ ମଣ୍ଡଳୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୩୦/୪) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ର ସମୀକ୍ଷା ବୈଠକ ମାନ୍ୟବର ମନ୍ତ୍ରୀ, ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନ ବିଭାଗ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l

ଏହି ବୈଠକରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୀରମହାରାଜପୁର, ଉଲୁଣ୍ଡା, ବିନିକା (ଆଂଶିକ) ସହ ବିନିକା ଏନ ଏ ସି ଅଞ୍ଚଳରେ ବିଭିନ୍ନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନମଙ୍ଗଳ ଏବଂ ଉନ୍ନତିମୂଳକ କାର୍ଯ୍ୟ ର ସମୀକ୍ଷା କରାଯାଇଥିଲା l କମିଟି ର ଆବାହକ ତଥା ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସମସ୍ତଙ୍କୁ ସ୍ଵାଗତ କରି ବୈଠକ ର ଆଭିମୁଖ୍ୟ ସମ୍ବନ୍ଧରେ ଅବଗତ କରାଇଥିଲେ l

ମାନ୍ୟବର ମନ୍ତ୍ରୀ ଶ୍ରୀ ବେହେରା ବିଭିନ୍ନ ବିଭାଗରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କରି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଅନୁଦାନ ରାଶି ର ଉପଯୋଗ କରି ପ୍ରକଳ୍ପ ଗୁଡିକର ଶୀଘ୍ର ସମାପନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ, ପୁନଶ୍ଚ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକୁ ଜନସାଧାରଣ ଙ୍କ ନିକଟରେ ସୁବ୍ୟବସ୍ଥିତ ଭାବେ ଉପଲବ୍ଧ କରାଇବା ପାଇଁ ଜିଲ୍ଲା ର ପ୍ରତ୍ୟେକ କାର୍ଯ୍ୟନିର୍ବାହୀ ବିଭାଗ ର ଅଧିକାରୀ ପ୍ରକଳ୍ପ ଗୁଡିକର ଶତ ପ୍ରତିଶତ ସଫଳତା ନିମନ୍ତେ ପରସ୍ପର ସହ ଯୋଗାଯୋଗ କରି ଦାୟିତ୍ୱ ସହିତ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ କରିଛନ୍ତି l

ଯାହା ଦ୍ୱାରା ଜନସାଧାରଣ ପ୍ରକଳ୍ପ କାର୍ଯ୍ୟକାରିତାର ସୁଫଳ ପାଇପାରିବେ l ବିଶେଷ ଭାବେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗୁଡିକରେ ପିଇବା ପାଣି ଯୋଗାଣ ନିମନ୍ତେ ଆର ଡବ୍ଲୁ ଏସ ଏସ – ନିର୍ବାହୀ ଯନ୍ତ୍ରୀ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପି ଏଚ ଡି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ସହ ଆବଶ୍ୟକ ନଳକୂପ ଖନନ, ତଥା ଜରୁରୀ ମୁତାବକ ପାନୀୟ ଜଳ ସଙ୍କଟ ଦେଖାଦେଉଥିବା ଅଞ୍ଚଳ ଜନସାଧାରଣ ଙ୍କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ପରାମର୍ଶ ଦେଇଛନ୍ତି l

ନୂତନ ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ଶୀଘ୍ର କାର୍ଯ୍ୟଶେଷ କରିବା ତଥା ଅଚଳ ପ୍ରକଳ୍ପ ଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବା ପାଇଁ ସେ ନିର୍ଦ୍ଦେଶ ଦେବା ସହ ବୈଠକରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ,ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ନୂତନ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ, ଗମନାଗମନ, ସାମାଜିକ ସୁରକ୍ଷା, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁପାଳନ, ଜଳ ଛାୟା ପ୍ରକଳ୍ପ ବିଭାଗ, ଜଙ୍ଗଲ ବିଭାଗ ର କାର୍ଯ୍ୟକାରିତା, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ କାର୍ଯ୍ୟକାରୀ ବିଭିନ୍ନ ଜନକଲ୍ୟାଣ ଯୋଜନା, ନିର୍ମାଣ ଶ୍ରମିକ ଯୋଜନା ର କାର୍ଯ୍ୟକାରିତା, ଜିଲ୍ଳାରେ ଚଳିତ ରବି ଧାନ କିଣା ବିକା କୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ନିର୍ବାହ କରିବା ସହ ଚାଷୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପ୍ରତି ଆବଶ୍ୟକ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ତତ ସହିତ ଅନ୍ୟାନ୍ୟ ବିଭାଗର କାର୍ଯାବଳି ତଥା ଅଗ୍ରଗତି ର ସମୀକ୍ଷା କରାଯାଇଥିଲା l

ଏହି ବୈଠକରେ ସୋନପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ଉପ ଜିଲ୍ଲାପାଳ ନିହାର ରଞ୍ଜନ କଁହର, ବୀରମହାରାଜପୁର, ଉପ ଜିଲ୍ଲାପାଳ ଅଶୋକ ଭୋଇ, ଯୁଗ୍ମ ନିର୍ଦେଶକ ଯୋଜନା ଓ ପରିସଂଖ୍ୟନ ସୁକାନ୍ତ କୁମାର ଜେନା, ବିଭିନ୍ନ ବିଭାଗର ପଦାଧିକାରୀ, ବ୍ଲକ ଅଧ୍ୟକ୍ଷ /ଅଧ୍ୟକ୍ଷ, ବିନିକା ଏନ ଏ ସି ଅଧ୍ୟକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ l