ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ରେ ରାସ୍ତା ତଳକୁ ଖସିଲା କାର

0
141
ମର୍ମଦୁନ୍ତ ସଡ଼କ ଦୁର୍ଘଟଣା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୩୦/୦୪) : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଡ୍ରାଇଭର ସମେତ ପରିବାର ର ତିନିଜଣ ଗୁରୁତର । ଗୁରୁତର ଙ୍କୁ ବୌଦ୍ଧରୁ ବୁର୍ଲା ବଡ ଡାକ୍ତର ଖାନାକୁ ସ୍ଥାନାନ୍ତରିତ ।WhatsApp Image 2022 04 30 at 8.12.58 PM ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ରେ ରାସ୍ତା ତଳକୁ ଖସିଲା କାର

ସୂଚନାମତେ କଟକ ଜିଲ୍ଲା ନରସିଂହପୁର ଗ୍ରାମ ର ଆମ୍ବୁଜା ଲୋଚନ ମହାନ୍ତି ଙ୍କ ପରିବାର ସୁରଞ୍ଜିତା ମହାନ୍ତି ଓ ଝରଣା ନାୟକ, ଡ୍ରାଇଭର ପି. ମହାପାତ୍ର କୌଣସି କାର୍ଯ୍ୟ ରେ OD 02 AG 1666 ନଂ ଏକ କାର ଯୋଗେ ସମ୍ବଲପୁର ଯାଉଥିଲେ । ଯାଉଥିଲା ସମୟରେ ୫୭ ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲାଣ୍ଡିବନ୍ଦ ଛକ ନିକଟରେ ଭାରସାମ୍ୟ ହରାଇ କାରଟି ଏକ ଗଛରେ ଦୁର୍ଘଟଣା ଘଟି ବିଲ ତଳକୁ ଖସି ଯାଇଥିଲା । ଏହି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ରେ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଦୁର୍ଘଟଣା ଗ୍ରସ୍ତ ଚାରି ଜଣକୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନାକୁ ପଠାଇଥିଲେ । ସମସ୍ତେ ଗୁରୁତର ଥିବାରୁ ବୌଦ୍ଧ ଡାକ୍ତରଖାନା ରୁ ଚାରି ଜଣକୁ ବୁର୍ଲା ସ୍ଥାନାନ୍ତରିତ କରାଯାଇ ଥିବାର ସୂଚନା ମିଳିଛି ।