କାଶୀନଗର ଠାରୁ ବ୍ରହ୍ମପୁର ପାଇଁ ନୂତନ ବସ ସେବା

0
254
କାଶୀନଗର ଠାରୁ ବ୍ରହ୍ମପୁର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୦୪) : ଆସନ୍ତା କାଲି ଠୁ କାଶୀନଗର ଠାରୁ ବ୍ରହ୍ମପୁର ପାଇଁ ଏକ ବସ ସେବା ଓଡ଼ିଶା ରାଜ୍ୟ ପରିବହନ ନିଗମ ତରଫରୁ ଯୋଗାଇ ଦିଆଯିବ ବୋଲି ଜଣାଯାଇଛି ।

ବହୁ ବର୍ଷ ପୂର୍ବେ କାଶୀନଗର ଠାରୁ ବ୍ରହ୍ମପୁର କୁ ଏକ ଓ ଏସ ଆର୍ ଟି ସି ଗାଡ଼ି ଏହି ସେବା ଯୋଗାଇ ଆସୁଥିଲା । ବହୁତ୍ ବର୍ଷ ପରେ ଆଜି ସେହି ସେବା କରିବା ପାଇଁ ହାଇଟେକ୍ ବସ କାଶୀନଗର ସହର ରୁ ସକାଳ ୬ ଟା ରେ ବ୍ରହ୍ମପୁର ଅଭିମୁଖେ ଦିଗପହଣ୍ଡି ଦେଇ ବ୍ରହ୍ମପୁର ରେ ପହଞ୍ଚିବ । ପୁଣି ସେହି ବସ ସନ୍ଧ୍ୟା ୫ ଟା ରେ ବ୍ରହ୍ମପୁର ରୁ ବାହାରି ରାତି ୧୧ ଟା ରେ କାଶୀନଗର ପହଞ୍ଚିବ ବୋଲି ଜଣା ପଡ଼ିଛି । ଏହି ବସ ସେବା ଯୋଗୁଁ ଅନେକ ଯାତ୍ରୀ ସୁବିଧା ପାଇବେ ବୋଲି ଆଲୋଚନା ହେଉଛି ।