ଅଖିଳ ଭାରତ ଯୁବସଙ୍ଘ ର ୬୩ ତମ ପ୍ରତିଷ୍ଠା ଦିବସ ପାଳିତ

0
191
ଅଖିଳ ଭାରତ ଯୁବସଙ୍ଘ

ରିପୋର୍ଟ : ସୁଶାନ୍ତ ବେହେରା

ବୌଦ୍ଧ, (୦୩/୦୫) : ଭାରତ ବର୍ଷ ର ସର୍ବ ପ୍ରଥମ ଯୁବସଂଘ ଅଖିଳ ଭାରତ ଯୁବସଙ୍ଘ ଏ.ଆଇ.ଓ୍ବାଇ.ଏଫ ର ୬୩ ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଛତ୍ରଙ୍ଗସ୍ଥ କାର୍ଯ୍ୟାଳୟ ଠାରେ ଏହାର ଲଢୁଆ ପତାକାକୁ ଉତ୍ତୋଳନ କରାଯାଇଛି ।

ଆଜି ବେକାରୀରେ ଭାରତ ବର୍ଷ ରେକର୍ଡ ସୃଷ୍ଟି କରିଥିବା ବେଳେ ନିଯୁକ୍ତି କ୍ଷେତ୍ରସୃଷ୍ଟି କ୍ଷେତ୍ରରେ ସମସ୍ତ ସରକାର ମାନେ ପଛୁଆ । ନିଜେ ସରକାର ଆଉଟସୋର୍ଶିଂ ନିଯୁକ୍ତି ଦ୍ୱାରା ଯୁବକମାନଙ୍କ ଶ୍ରମକୁ ଶୋଷଣ କରୁଛନ୍ତି । ଯୁବକମାନଙ୍କର ଦେଶ କୁହାଯାଉଥିବା ଭାରତ ବର୍ଷ ରେ ମାନବ ସମ୍ବଳ ର ଉପଯୁକ୍ତ ସୁବିନିଯୋଗ ନ ହେବା ଦୁଃଖ ତଥା ପରିତାପ ର ବିଷୟ ଅଖିଳ ଭାରତ ଯୁବସଙ୍ଘ ।

ଏ ସବୁ ସମସ୍ୟା ର ସମାଧାନ ପାଇଁ ଯୁବସଂଘର ଶାଖାକୁ ପ୍ରତି ଗ୍ରାମରେ ସଶକ୍ତ କରିବା ପାଇଁ ଜାତୀୟ ଉପସଭାପତି ଅବକାଶ ସାହୁ ଆହ୍ୱାନ ଯଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ ମିଶ୍ର ରଞ୍ଜନ ହଂସ ରଞ୍ଜନ ବଗର୍ତ୍ତୀ, ହରିହର ସାହୁ, ଶରତ ବେହେରା ଆନନ୍ଦ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।