ବନ ବିଭାଗ ସ୍କ୍ୱାର୍ଡ ଦ୍ୱାରା ସାତ ଖଣ୍ଡ ବୀଜା କାଠଗଣ୍ଡି ଜବତ

0
138
ବନ ବିଭାଗ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ପାଟଣାଗଡ଼, ତା (୧୦/୦୫) : ଆଜି ବଲାଙ୍ଗିର ବନଖଣ୍ଡ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ପାଟଣାଗଡ଼ ରେଂଜ ଅଧିନସ୍ଥ ଦେଷଣ୍ଢ ଜଙ୍ଗଲରୁ ୭ଟି ବିଜା କାଠ ଗଣ୍ଡି କୁ ଏକ ଟ୍ରାକ୍ଟର ଯୋଗେ ଚାଲାଣ କରାଯାଉଥିବା ବେଳେ ଜବତ କରାଯାଇଛି ।

ବଲାଙ୍ଗିର ଜିଲ୍ଲା ଡିଏଫ୍‌ଓ ନିତିଶ କୁମାର ଏ ନେଇ ସୂଚନା ଦେଇଛନ୍ତି । ଏହି ଦଳରେ ବନପାଳ ସୁନୀଲ କୁମାର ମିଶ୍ର, ଅଶୋକ କୁମାର ନାୟକ, ନବ କିଶୋର ଦାସ ଓ ସୁଧୀର ଜେନାଙ୍କ ସହିତ ବନ୍ଧପଡା ସେକ୍ସନର ବନପାଳ ପ୍ରଫୁଲ୍ଲ ଜେନା ଓ ବନରଖି ଗଣେଶ ରାମ ସାହୁ ସାମିଲ ଥିଲେ ।