ସ୍ୱରାଜ ଡ଼ାକ୍ତରଖାନା ଓ ଗବେଷଣା ଅନୁଷ୍ଠାନରେ ଆନ୍ତର୍ଜାତୀୟ ସେବିକା ଦିବସ ପାଳିତ

0
1179
ସ୍ୱରାଜ ଡ଼ାକ୍ତରଖାନା

ରିପୋର୍ଟ : ଆଲୋକ ମିଶ୍ର
ବଲାଙ୍ଗୀର, (୧୨/୦୫) : ଆଜି ସନ୍ଧ୍ୟା ୭ ଟାରେ ବଲାଙ୍ଗୀର ସହର ସ୍ଥିତ ସ୍ୱରାଜ ଡ଼ାକ୍ତରଖାନା ଓ ଗବେଷଣା ଅନୁଷ୍ଠାନରେ ଆନ୍ତର୍ଜାତୀୟ ସେବିକା ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସ୍ୱରାଜ ଡ଼ାକ୍ତରଖାନା ଓ ଗବେଷଣା ଅନୁଷ୍ଠାନ ର ଉଚ୍ଚ ପଦସ୍ଥ ଅଧିକାରୀ ଶ୍ରୀ ଶିବ ପ୍ରସାଦ ମହାନ୍ତି, ମୁଖ୍ୟ ଅତିଥି ଭାବରେ ପୂର୍ବତନ ସେବିକା (ନର୍ସ) ଶ୍ରୀମତୀ ଜ୍ୟୋତ୍ସ୍ନା ପଟ୍ଟନାୟକ ଓ ଶ୍ରୀମତୀ ସଂଯୁକ୍ତା ପତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସେବିକା ପ୍ରଜ୍ଞା ପରିମିତା ମଲ୍ଲିକ ଉପସ୍ଥାପନା କରିଥିଲେ । ପ୍ରଥମେ ମଞ୍ଚସ୍ଥ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଦୀପ ପ୍ରଜ୍ୱଳନ କଲା ପରେ ସ୍ୱାଗତ ସଂଗୀତ ଡାକ୍ତରଖାନା ର ସେବିକା ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।

କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ମହାନ୍ତି ଏହି ଦିନ ଟିକୁ “ସେବିକାଙ୍କ ପାଇଁ ଦିନ ଟିଏ” ବୋଲି କହିଥିଲେ । ମୁଖ୍ୟ ଅତିଥିମାନେ ନିଜର କାର୍ଯ୍ୟ କ୍ଷେତ୍ର ର ଅଭିଜ୍ଞତା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କେକ୍ କଟା ଯାଇ ଫ୍ଲୋରେନ୍ସ ନାଇଟିଙ୍ଗଲ ଙ୍କ ଜନ୍ମ ଦିନକୁ ପାଳନ କରାଯାଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତରଖାନା ର ସେବିକା ଓ ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ଆନ୍ତର୍ଜାତୀୟ ସେବିକା ଦିବସ କାହିଁକି ପାଳନ କରାଯାଏ ?

ପ୍ରତି ବର୍ଷ ମେ’ ମାସ ୧୨ ତାରିଖକୁ ଆନ୍ତର୍ଜାତୀୟ ସେବିକା ଦିବସ ଭାବରେ ପାଳନ କରାଯାଏ । ୧୮୨୦ ମସିହା ମେ’ ମାସ ୧୨ ତାରିଖରେ ଫ୍ଲୋରେନ୍ସ ନାଇଟିଙ୍ଗଲ ଜନ୍ମ ଗ୍ରହଣ କରିଥିଲେ । ସେ କ୍ରିମିଆଁ ଯୁଦ୍ଧ ସମୟରେ ଅନେକ ଆହତ ସୈନିକ ମାନଙ୍କୁ ଚିକିତ୍ସା ଯୋଗାଇ ଥିଲେ । ତାଙ୍କୁ ନର୍ସିଂ ର ସଂସ୍ଥାପିକା ଭାବରେ ବିବେଚନା କରାଯାଏ ।