ଆଇନଜୀବୀ ତଥା ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

0
214
ଆଇନଜୀବୀ ତଥା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୦୫) : କାଶୀନଗର ବାର ଏସୋସିଏସନ୍ ତରଫରୁ ଗତ ବୁଧବାର ଦିନ ଆଇନଜୀବୀ ତଥା ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ କାଶୀନଗର ବାର ଏସୋସିଏସନ୍ ସଭ୍ୟ ତଥା ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ଆଇନଜୀବି ଆର୍ ଜନାର୍ଦ୍ଦନ ରାଓ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଯୁବ ଆଇନଜୀବି ଏଲ୍ ସଞ୍ଜୟ କୁମାର, ଆର୍ ଶ୍ରୀନିବାସ ରାଓ, ରାମା ପ୍ରସାଦ ରାଓ, ରାଜେଶ୍ୱର ନାୟକ, ଖାରଦା ର ଯୁବ ଆଇନଜୀବି ରଘୁନାଥ ପାତ୍ର, ସନ୍ତୋଷ ପାତ୍ର ଯୋଗ ଦେଇଥିଲେ । ଯୁବ ଆଇନଜୀବୀ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ ଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବୋଲି ବରିଷ୍ଠ ଆଇନଜୀବି ଆର୍ ଜନାର୍ଦ୍ଦନ ରାଓ ସୂଚନା ଦେଇଛନ୍ତି ।