କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏବେ ଆଇପିଏଲ ସଟ୍ଟା ଖେଳ ର ହବ ପାଲଟିଛି

0
204
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼

ରିପୋର୍ଟ : ଦେବଦତ୍ତ ପଣ୍ଡା //
କଳାହାଣ୍ଡି, (୧୭/୦୫) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରେ ଏବେ ଆଇପିଏଲ ସଟ୍ଟା ମୁହାଁ ହୋଇଛନ୍ତି ଯୁବଗୋଷ୍ଠୀ । ବିନା ପରିଶ୍ରମରେ ଟଙ୍କା ଉପାର୍ଜନ ର ଲୋଭ ଦେଖାଇ ସଟ୍ଟା ବ୍ୟବସାୟୀ କରୁଛି ବ୍ୟବସାୟ । ମୁଖ୍ୟ ଟାର୍ଗେଟରେ ଅଛନ୍ତି ଗ୍ରାମାଞ୍ଚଳ ର ବେକାର ଯୁବଗୋଷ୍ଠୀ ।443446d0 1adc 45d9 b042 c286c021c243 କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏବେ ଆଇପିଏଲ ସଟ୍ଟା ଖେଳ ର ହବ ପାଲଟିଛି

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହର ଏବେ ଆଇପିଏଲ ସଟ୍ଟା ଖେଳ ର ହବ ପାଲଟିଛି । ଧର୍ମଗଡ଼ ସହର ସମେତ ଏହାର ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଏହା ପରିଚାଳିତ ହେଉଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆ ଜରିଆରେ ଖେଳ ହେଉଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଧର୍ମଗଡ଼ ଏସଡ଼ିପିଓ ଧିରଜ ଚୋପଦାରଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଆଇପିଏଲ ସଟ୍ଟା ବ୍ୟବସାୟୀଙ୍କ ଉପରେ ଅତର୍କିତ ଚଢ଼ାଉ କରିଛନ୍ତି । ଏହି ଘଟଣାରେ ଧର୍ମଗଡ଼ର କେନ୍ଦୁମୁଣ୍ଡି ପଡା ର ରଶ୍ମି ରଞ୍ଜନ ଚୌଧୁରୀକୁ ଗିରଫ କରିବା ସହ ୭ଟି ମୋବାଇଲ ଫୋନ, ଗୋଟିଏ ଲାପଟପ, ୪ଟି ପାସବୁକ ସହ ୪ଟି ଏଟିଏମ କାର୍ଡ, ୭୦ ହଜାର ଟଙ୍କା, ଗୋଟିଏ ନୋଟ କାଉଣ୍ଟିଙ୍ଗ ମେସିନ ସମେତ ଏକ ଫର୍ଡ ଇକୋ ସ୍‌ସ୍ପସ୍ପୋର୍ଟ କାର ଜବତ କରାଯାଇଥିବା  ପୋଲିସ ପ୍ରକାଶ କରିଛି ।

ଏ ସଂକ୍ରାନ୍ତରେ ଧର୍ମଗଡ ଥାନା କେସ ନଂ. ୧୧୬ ତା.୧୬/୦୫/୨୦୨୨ ରରେ ଆଇପିସି ଧାରା ୪୨୦/୨୯୪-ଏ ସହିତ ଓପିଜି ଆଇନ ର ଧାରା ୩ ଏବଂ ପିସିଏମସିଏସ ବେନିଂ ଆଇନ ର ଧାରା ୪/୫ ଅନୁସାରରେ ଏକ କେସ ରୁଜ୍ଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।