ବୋରିଗୁମ୍ମା ପଞ୍ଚାୟତ ସମିତି ର ପ୍ରଥମ ବୈଠକ ଅନୁଷ୍ଠିତ

0
239
ବୋରିଗୁମ୍ମା ପଞ୍ଚାୟତ ସମିତି

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ , (୨୦/୦୫) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପଞ୍ଚାୟତ ସଭାଗୃହ ଠାରେ ଆଜି ବୋରିଗୁମ୍ମା ପଞ୍ଚାୟତ ସମିତି ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 05 20 at 6.41.30 AM 1 ବୋରିଗୁମ୍ମା ପଞ୍ଚାୟତ ସମିତି ର ପ୍ରଥମ ବୈଠକ ଅନୁଷ୍ଠିତ

ଆଜି ବୋରିଗୁମ୍ମା ପଞ୍ଚାୟତ ସମିତି ର ପ୍ରଥମ ବୈଠକରେ ବ୍ଲକ ର ପ୍ରତ୍ୟେକ ପଞ୍ଚାୟତରୁ ଆସିଥିବା ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ମାନେ ବୈଠକରେ ଉପସ୍ଥିତ ରହି ନିଜ ନିଜ ପଞ୍ଚାୟତ ବିଭିନ୍ନ ସମସ୍ୟାକୁ ନେଇ ଅଭିଯୋଗ କରିଥିଲେ ଓ କିପରି ଗ୍ରାମ ର ମୌଳିକ ସମସ୍ୟା ର ସମାଧାନ ହୋଇପାରିବ ତାହା ବୈଠକ ରେ ଆଲୋଚନା ସହ ସଚେତନ କରାଯାଇଥିଲା । ମୁଖ୍ୟତଃ ଆଜିର ସମିତି ବୈଠକରେ ବିଶେଷ କରି ଶିକ୍ଷା ଓ ପାଣି ର ସମସ୍ୟାକୁ ନେଇ ପ୍ରାୟ ଘଣ୍ଟାଏ ଧରି ଆଲୋଚନା ହୋଇଥିଲା ।

ଆଜିର ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିମୟୀ ନାୟକ, ବୋରିଗୁମ୍ମା ଜୋନ ୧ ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ ବିଡ଼ିକା, ଜୋନ ୨ ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଳା ଘାଷି, ଜୋନ ୩ ଜିଲ୍ଲା ପରିଷଦ ସଭ୍ୟ ନୃସିଂହନାଥ (ପିଙ୍କୁ) ଶତପଥି, ମନ୍ତ୍ରୀ ପ୍ରତିନିଧି ନରେନ୍ଦ୍ର ବିଶୋଇ, ନବରଙ୍ଗପୁର ସାଂସଦ ପ୍ରତିନିଧି ସାଂସଦ ପ୍ରତିନିଧି କେଶବ ପଣ୍ଡା, କୋରାପୁଟ ସାଂସଦ ପ୍ରତିନିଧି ରାମ ଚନ୍ଦ୍ର ପାଢ଼ୀ, ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଣୟ ରଞ୍ଜନ ବେହେରାଙ୍କ ସମେତ ବୋରିଗୁମ୍ମା ବ୍ଲକର ପ୍ରାୟ ପ୍ରତ୍ୟେକ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିବା ସୂଚନା ମିଳିଛି ।