ହିରୋ ହାତୀ ମର୍ଡ଼ର କେସରେ ୪ ଅଭିଯୁକ୍ତ ଗିରଫ

0
174
ହିରୋ ହାତୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୫) : ହିରୋ ହାତୀ ମର୍ଡ଼ର କେସ ର ପର୍ଦ୍ଦାଫାସ ! ସୁବର୍ଣ୍ଣପୁର ଜିଲ୍ଲା ବାରପାହାଡ ଜଙ୍ଗଲରେ ଗତ ୧୪ ତାରିଖରେ ମିଳିଥିବା ଏକ ଗଳିତ ମୃତଦେହ ରହସ୍ୟ ର ପର୍ଦ୍ଦାଫାସ କରିଛି ଜିଲ୍ଲା ପୁଲିସ

ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ଗ୍ରାମ ର ୪୮ ବର୍ଷିୟ ଯୁବକ ହିରୋ ହାତୀ ଗତ ୧୧ ତାରିଖରୁ ନିଖୋଜ ଥିବା ବେଳେ ୧୪ ତାରିଖ ଦିନ ବାରପାହାଡ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେତେବେଳେ ମୃତଦେହଟି ପଚି ସଢି ଯାଇଥିବା ବେଳେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିଲା ପରେ ସ୍ଥାନୀୟ ପୁଲିସ ଶବକୁ ଜବତ କରି ଅନୁସନ୍ଧାନ ଆରମ୍ଭ କରିଥିଲା ।

ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଯେ ଏହା ଏକ ହତ୍ୟାକାଣ୍ଡ ଥିଲା । ଗତ ୧୧ ତାରିଖ ରାତିରେ ହିରୋ ହାତୀ ବାରପାହାଡ ଜଙ୍ଗଲରେ ଇଟା ଗଢୁଥିବା ମକରଧ୍ୱଜ ମଲ୍ଲିକଙ୍କ କୁଡିଆ ଘରକୁ ପଶିଥିଲେ । ମକରଧ୍ୱଜ ତାଙ୍କୁ ଚାଲିଯିବାକୁ କହିଥିଲେ ମଧ୍ୟ ହିରୋ ସେଠାରୁ ନ ଯିବାରୁ ମକରଧ୍ୱଜଙ୍କ ସାଙ୍ଗରେ ଶୋଇଥିବା ଅନନ୍ତ ରଣା, ସଚିତାନନ୍ଦ ମଲ୍ଲିକ ତାଙ୍କୁ ଟାଙ୍ଗିଆରେ ମାଡ ମାରିଥିଲେ ଫଳରେ ହିରୋଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ପରେ ପରେ ଏହି ତିନିଜଣ ତାଙ୍କ ପାଖରେ ଥିବା ସୁଧିର ବଡକୁଲଙ୍କୁ ଧରି ମୃତଦେହକୁ ନେଇ ୬ ଶହ ମିଟର ଦୂରରେ ଥିବା ଜଙ୍ଗଲର ଏକ ନିଛାଟିଆ ସ୍ଥାନରେ ଫୋପାଡି ଦେଇଥିଲେ । ପରେ ପରେ ପୁଲିସ ଏହି ଘଟଣା ର ଅନୁସନ୍ଧାନ କରି ହତ୍ୟା କରିଥିବା ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ସାଇଣ୍ଟିଫିକ ଟିମ ର ସହାୟତାରେ ଏହି ହତ୍ୟାକାଣ୍ଡ ର ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଓ ତଦନ୍ତ କାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।