କୋର୍ଟ ଭିତରୁ କେସ ଫାଇଲ ଚୋରି ଘଟଣା

0
161
କୋର୍ଟ ଭିତରୁ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୦/୦୫) : ବୌଦ୍ଧ ଜିଲ୍ଲା କୋର୍ଟ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । କୋର୍ଟ କର୍ମଚାରୀ ଙ୍କ ସାହିତ ମିଶି କୋର୍ଟ ଭିତରୁ କେସ ଫାଇଲ ଚୋରି ଘଟଣା ଆଜି ଜିଲ୍ଲା ସାରା ଚହଳ ପଡିଛି ।

ସୂଚନା ଅନୁଯାଇ ଏକ ସ୍ପେଶାଲ କେସ ଫାଇଲ କେସ ନଂ ୪/୨୦୧୮ (POSCO) ବିଚାରଧୀନ ଥିବା ଫାଇଲ ମିଳି ନଥିଲା । କୋର୍ଟ ଭିତରୁ କେସ ଫାଇଲ ହଜିଯାଇଥିଲା । ଫଳରେ ବୌଦ୍ଧ ଥାନାରେ ଏହାକୁ ନେଇ ଏକ କେସ ଦାଏର କରାଯାଇଥିଲା । ଏସ ଡ଼ି ପି ଓ ଆନନ୍ଦ ବର୍ଦ୍ଧନ ଗୁରୁଙ୍କ ତତ୍ଵାବଧାନରେ ତଦନ୍ତ ଚାଲିଥିବା ବେଳେ ତ୍ରିଜିତ ସିଂ ଓ କୋର୍ଟ ପିଅନ ରାଜେନ୍ଦ୍ର ପ୍ରଧାନ ଏହି ଫାଇଲ ଚୋରି ରେ ସାମିଲ ଥିବା ଜାଣି ଉଭୟ ଅଭିଯୁକ୍ତ ଙ୍କୁ ୧୭/୦୫/୨୦୨୨ u/s381/201/120(B)ipc ଧାରାରେ କୋର୍ଟ ଚାଲାଣ କରାଯାଇଛି ।

୧୨୦ ଦିନ ଭିତରେ ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟ ରେ ବିଚାର କରି ଉଭୟ ଅଭିଯୁକ୍ତ ଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ସହିତ ୬୦୦୦ ଲେଖାଁଏଁ ଜୋରିମାନା ର ନିର୍ଦ୍ଦେଶ ଦେଇଛନ୍ତି ।