ଭାରସାମ୍ୟ ହରେଇ ଘରେ ଧକ୍କା ଦେଲା ଇଲେକ୍ଟ୍ରି ଅଫିସ ବୋଲୋରୋ

0
432
ଭାରସାମ୍ୟ ହରେଇ

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୨୨/୦୫) : ଆଜି ଦିନ ଏକ ଘଣ୍ଟା ସମୟରେ କଣ୍ଟାମାଳ ଦିଗରୁ ଦ୍ରୁତଗତିରେ ମନମୁଣ୍ଡା ଇଲେକ୍ଟ୍ରି ଅଫିସରେ କାର୍ଯ୍ୟରତ ଏକ ବୋଲୋରୋ ଆସୁଥିବା ବେଳେ ଗାଡି ର ଆଗ ଚକଟି ଫାଟିଯିବା ହେତୁ ଭାରସାମ୍ୟ ହରେଇ ଓଡ଼ିଆଗୋଠ ନିକଟରେ ନିର୍ମାଣ ହୋଇଥିବା ପଞ୍ଚାୟତ ଷ୍ଟଲ କୁ ଧକ୍କାଦେଇ ଘର ର ବାଡ଼ ଓ ଆଜବେଷ୍ଟ ଭାଙ୍ଗି ଗାଡିଟି ରାସ୍ତାତଳ କୁ ଖସିପଡିଥିଲା l

ଭାରସାମ୍ୟ ହରେଇ ଘଟିଥିବା ଏହି ବଡ଼ ଦୁର୍ଘଟଣାରେ ଚାଳକ ର କୌଣସି କ୍ଷତି ହୋଇ ନଥିବା ବେଳେ କିଛି ସମୟ ସେଠାର ଘର ମରାମତି କରିବା ପାଇଁ ଉତ୍ତେଜନା ଦେଖାଯାଇଥିଲା l ଫଳରେ ମନମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ କ୍ଷତି ପୂରଣ ବାବଦକୁ ଗାଡି ମାଲିକ ଠୁ ମଗେଇ ଦେବା ପ୍ରତିଶୃତି ପରେ ଲୋକେ ଶାନ୍ତ ହୋଇଥିଲେ l ଏପଟେ ଗାଡିଟିକୁ ପୋଲିସ ଜବତ କରି ଥାନା କୁ ନେଇଥିବା ଜଣାପଡୁଛି l

ଏଠିପ୍ରଶ୍ନ ଉଠୁଛି ଯେ ଗୋଟେ ସରକାରୀ ସ୍ଥାନରେ ଲାଗିଥିବା ଗାଡି ର ଚକ କେଉଁ ଭଳି ଭାବରେ ଫାଟିଲା ଏବଂ ସେଠାରେ ଯଦି କାର୍ଯ୍ୟରତ କର୍ମଚାରୀ ବସିଥାନ୍ତେ ତାହାହେଲେ ଏତେ ବଡ଼ ଦୁର୍ଘଟଣା ପାଇଁ ଦାୟୀ କିଏ ରହିଥାନ୍ତା ? ଏହାର ତଦନ୍ତ କରି ଉଚିତ ପଦକ୍ଷେପ କରିବା ପାଇଁ ସାଧାରଣ ରେ ଦାବି ହେଉଛି l