କଣ୍ଟାମାଳ ତହସିଲରେ ଅବ୍ୟବସ୍ଥା : ମାସ ମାସ ଧରି ଲୋକଙ୍କୁ ମିଳୁନି କବଲା

0
158
କଣ୍ଟାମାଳ ତହସିଲରେ

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୨୭/୦୨) : କଣ୍ଟାମାଳ ତହସିଲରେ ଜମି ବାଡ଼ି ରେଜିଷ୍ଟ୍ରସନ ପରେ ପକ୍ଷ ମାନଙ୍କୁ ମାସ ମାସ ଧରି ମିଳୁନି କବଲା । କବଲା ପାଇଁ ଧାଇଁ ଧାଇଁ ଲୋକମାନେ ନୟାନ୍ତ ହେଉଛନ୍ତି । କବଲା ନ ମିଳିବାରୁ ସମ୍ପୃକ୍ତ ଜମି ଜରୁରୀ କିଣା ବିକା ହୋଇପାରୁ ନାହିଁ । କବଲା ମିଳିବାରେ ଦୀର୍ଘ ବିଳମ୍ବ ଯୋଗୁଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୌଦ୍ଧ ଜିଲ୍ଲା ର କଣ୍ଟାମାଲ ତହସିଲରେ । କଣ୍ଟାମାଳ ତହସିଲ ଅଫିସ ସବ ରେଜିଷ୍ଟର କାର୍ଯ୍ୟାଳୟ ରୂପେ କାର୍ଯ୍ୟ କରୁଥିବା ବେଳେ ତହସିଲଦାର ସବ ରେଜିଷ୍ଟର କ୍ଷମତାରେ ଅଛନ୍ତି । ଲୋକମାନେ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଜମି ବିକ୍ରି ପାଇଁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହେଉନାହିଁ । ଜମି କିଣିଥିବା ଲୋକମାନେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା, ଚିକିତ୍ସା ପାଇଁ ଜମି ବିକ୍ରି କିମ୍ବା ବନ୍ଧକ ରଖିପାରୁ ନାହାଁନ୍ତି । ଧାର୍ଯ୍ୟ ଦେୟ ଦାଖଲ କରି ଜମି ରେଜିଷ୍ଟ୍ରସନ କରିଥିଲେ ମଧ୍ୟ କବଲା ଦିଆଯାଉ ନାହିଁ ।

ଗତ ଜାନୁଆରୀ ୨୧ ତାରିଖ ରୁ ଏ ପର୍ଯ୍ୟନ୍ତ ୧୫/୨୦ ଜଣ ଜମି ଖରିଦ କରିଥିଲେ ମଧ୍ୟ କବଲା ପାଇ ନାହାଁନ୍ତି । ଅଥଚ ତହସିଲ କାର୍ଯ୍ୟାଳୟ ରେ କବଲା ପ୍ରସ୍ତୁତ ହୋଇ ରହିଛି । ତହସିଲଦାର ସବ ରେଜିଷ୍ଟର ଙ୍କ ମୋହର ବାଜିଲେ ପକ୍ଷ ମାନଙ୍କୁ କବଲା ମିଳିବ । କିନ୍ତୁ କବଲା ପ୍ରଦାନରେ ଅହେତୁକ ବିଳମ୍ବ ଘଟୁଥିବା ଯୋଗୁଁ ଜନ ଅସନ୍ତୋଷ ସୃଷ୍ଟି ହୋଇଛି ।

ଲୋକଙ୍କୁ କବଲା ମିଳୁ ନ ଥିବାରୁ କିଣାବିକା ହୋଇପାରୁନି ଫଳରେ ସରକାର ରାଜସ୍ୱ କ୍ଷତି ଘଟୁଛି । ପକ୍ଷ ମାନଙ୍କର ସମସ୍ତ ଵୟୋମେଟ୍ରିକ ଯାଞ୍ଚ ସତ୍ତ୍ୱେ ବିଭିନ୍ନ ଆଳ ଦର୍ଶାଇ ତହସିଲଦାର କବଲାରେ ସ୍ଵାକ୍ଷର କରୁ ନ ଥିବା ଅଭିଯୋଗ ହେଉଛି । ତେଣୁ କଣ୍ଟମାଳ ତହସିଲଦାର ଯଥାଶୀଘ୍ର ସବ ରେଜିଷ୍ଟର କାର୍ଯ୍ୟାଳୟ ଖୋଲାଯିବା ସହ ଜଣେ ଦକ୍ଷ ଅଧିକାରୀଙ୍କୁ ଦାୟିତ୍ୱରେ ରଖାଯିବା ପାଇଁ ସାଧାରଣରେ ଦାବୀ ହେଉଛି । ଏ ଦିଗରେ ବୌଦ୍ଧ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି ।