ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ପରଲୋକ : ସ୍ଥାନୀୟ ଅଞ୍ଚଳ ଶୋକର ଛାୟା

0
143
ଅବସରପ୍ରାପ୍ତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୨/୦୫) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ପଞ୍ଚାୟତ କୋଡାପଡା ଗ୍ରାମ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସହଦେଵ ସାହୁଙ୍କ ଗତକାଲି ପରଲୋକ ହୋଇଛନ୍ତି ।

ତାଙ୍କ ବିୟୋଗ ରେ ସାହୁ ପରିବାର ସହିତ ପଞ୍ଚାୟତବାସୀ ଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଶିକ୍ଷକତା କରିବା ସହିତ ଜଣେ ଜଣା ଶୁଣା ସମାଜ ସେବୀ, ମିଷ୍ଟା ଭାଷୀ, ପରୋପକାରୀ, ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ସେ ପ୍ରଥମେ ହରଭଙ୍ଗା ବ୍ଲକ କରଞ୍ଜ କଟା ଏମ ଇ. ସ୍କୁଲ ରେ ପ୍ରଧାନ ଶିକ୍ଷକ ଭାବେ ଓ ତାପରେ ରାମଗଡ ଏମ. ଇ. ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ସେ ଶିକ୍ଷକତା ସମୟରେ ସଦା ସର୍ବଦା ଅନୁଷ୍ଠାନ ର ଉନ୍ନତି ଓ ଉତ୍ତମ ଛାତ୍ର ଗଡିବାକୁ ଚେଷ୍ଟିତ ଥିଲେ ।

ଗତ କାଲି ତାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ବଡ଼ ପୁତ୍ର ସନ୍ତୋଷ କୁମାର ସାହୁ ଓ ପୁତ୍ର ବଧୂ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ଼ ମେଡିକାଲ ରେ ଭର୍ତ୍ତି କରାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରଲୋକ ହୋଇଥିଲେ । ତାଙ୍କ ମର ଶରୀର କୁ ସପରିବାର ସହିତ ପୂତ୍ର ସନ୍ତୋଷ ସାହୁ ଗାଁ ଶ୍ମଶାନରେ ମୁଖାଗ୍ନି ଦେଇ ଶାସକୃତ୍ୟ କରିଥିଲେ ।