ଓଏସଇଏଫଡ଼ି ସଂଘ ର ଜାତୀୟ ସ୍ତର ର ଆଲୋଚନା ଚକ୍ର ଅନୁଷ୍ଠିତ 

0
317
ଓଏସଇଏଫଡ଼ି

ରିପୋର୍ଟ : ସୁଭାଶିସ ନାୟକ
ଭୁବନେଶ୍ୱର, (୨୩/୦୫) : ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ ତରଫରୁ ଜାତୀୟ ସ୍ତରରେ ଏକ ଆଲୋଚନା ଚକ୍ର ଭରଚୁଆଲ ମାଧ୍ୟମରେ ଓଏସଇଏଫଡ଼ି ସଂଘ ର ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ବେହେରା ଙ୍କ ଅଧ୍ୟକ୍ଷତା ଓ ଯୁଗ୍ମ ସମ୍ପାଦକ ଶ୍ରୀ ଆୟୁଷ୍ମାନ ଚୌଧୁରୀ ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା ।

ଓଏସଇଏଫଡ଼ି ସଂଘ ର ଜାତୀୟ ସ୍ତରର ଏହି ଆଲୋଚନା ଚକ୍ରରେ ଭାରତ ର ସମସ୍ତ ରାଜ୍ୟ ର ସ୍ୱତନ୍ତ୍ର ଶିକ୍ଷକ ସଂଘ ର ନେତୃ ମଣ୍ଡଳୀ ଙ୍କ ସହ ୫୦୦ ରୁ ଉର୍ଦ୍ଧ୍ୱ ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ଅତିଥି ଭାବେ ଜାତୀୟ ସ୍ତର ର ସ୍ୱତନ୍ତ୍ର ଶିକ୍ଷକ ସଂଘ ନ୍ୟାସନାଲ ଆସୋସିଏସନ୍ ଅଫ ସ୍ପେସିଆଲ୍ ଏଜୁକେଟର ରିହାବ ପ୍ରଫେସନ୍ୟାଲ ଏବଂ ଫିଲାନୋନ୍ଥୋପିସ୍ (ନାସେର୍ପ) ର ସଭାପତି ଶ୍ରୀ ରାଜନୀଶ ପାଣ୍ଡେ ଓ ନାସେର୍ପ ର ଉପସଭାତି ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ନାଗେଶ ପାଣ୍ଡେ ଯୋଗ ଦେଇ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ମୁତାବକ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ବିଷୟ ଓ ଦିବ୍ୟାଙ୍ଗ ଙ୍କ ଶିକ୍ଷା ର ବିକାଶ ନିମନ୍ତେ ଆଲୋଚନା କରିଥିଲେ ଏବଂ ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।

ଓଏସଇଏଫଡ଼ି ସଂଘ ର ସମ୍ପାଦକ ଜୀବନ କୁମାର ବେହେରା, କୋଷାଧ୍ୟକ୍ଷ ରୌପ୍ୟ ରଞ୍ଜନ ସାମନ୍ତରାୟ, ସହ-କୋଷାଧ୍ୟକ୍ଷ ରାକେଶ କୁମାର ସାହୁ ପ୍ରମୁଖ ଯୋଗଦେଇ ୨୦୧୮ ମସିହା ଠାରୁ ଆଜି ପର୍ଯ୍ୟନ୍ତ ସଂଘ କାର୍ଯ୍ୟକଳାପ ବିଷୟରେ ସମସ୍ତ ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ପରିଶେଷରେ ସଂଘ ର ସମ୍ପାଦକ ଶ୍ରୀ ଜୀବନ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭାଶେଷ କରିଥିଲେ ।