ଲଣ୍ଡା ଗାଁ ରେ ଧାନ ମଣ୍ଡି ପାଇଁ ଭିତିପ୍ରସ୍ତର ସ୍ଥାପନ କଲେ ବାଲିଗୁଡ଼ା ବିଧାୟକ

0
276

ରିପୋର୍ଟ : ବିଭୁତି ଲହରିୟା
କନ୍ଧମାଳ,ବାଲିଗୁଡା,(୦୪/୦୮) : ଦୀର୍ଘ ଦିନର ଆଶା ହେଲା ପୂରଣ ହଜାର ହଜାର ଚାଷୀଙ୍କ ଦୁଃଖ ଶୁଣିଲେ ସରକାର | ଦୀର୍ଘ ଦିନର ଦାବୀ ହେଲା ପୁରଣ । ଚାଷୀଙ୍କ ମୁହଁରେ ଫୁଟିଲା ହସ । କନ୍ଧମାଳ ଜିଲ୍ଲା ସିମାନ୍ତ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଲଣ୍ଡା ଗାଁ ଓ ଖମଣଖୋଲ ପଞ୍ଚାୟତବାସୀଙ୍କ ଦୀର୍ଘ ଦିନର ଦାବୀ ପୂରଣ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।WhatsApp Image 2021 08 05 at 7.54.18 AM 1 ଲଣ୍ଡା ଗାଁ ରେ ଧାନ ମଣ୍ଡି ପାଇଁ ଭିତିପ୍ରସ୍ତର ସ୍ଥାପନ କଲେ ବାଲିଗୁଡ଼ା ବିଧାୟକ

ଜିଲ୍ଲାର ସିମାନ୍ତ ଖମଣଖୋଲ ଓ ଲଣ୍ଡା ଗାଁ ପଞ୍ଚାୟତବାସୀ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭରଶୀଳ । ବର୍ଷରେ ଦୁଇଥର ରବି ଓ ଖରିଫ ଋତୁରେ ଧାନ ଚାଷ କରନ୍ତି ଦୁଇ ପଞ୍ଚାୟତର ଚାଷୀ । ଧାନ ଅମଳ ପରେ ମଣ୍ଡି ଅଭାବରୁ ଧାନ ବିକ୍ରି କରିବାରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ ଦୁଇ ପଞ୍ଚାୟତର ହଜାର ହଜାର ଚାଷୀ ।

ଏହି ଅଞ୍ଚଳରେ ଧାନ ମଣ୍ଡି କରିବାକୁ ଦୀର୍ଘ ଦିନରୁ ସରକାର ଓ ପ୍ରଶାସନ ନିକଟରେ ଦାବି କରିଆସୁଥିବା ବେଳେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମଣ୍ଡି ପ୍ରତି ଗୁରୁତ୍ୱ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବାଲିଗୁଡ଼ା ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ମଧ୍ୟ ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇଥିଲେ ।WhatsApp Image 2021 08 05 at 7.54.16 AM ଲଣ୍ଡା ଗାଁ ରେ ଧାନ ମଣ୍ଡି ପାଇଁ ଭିତିପ୍ରସ୍ତର ସ୍ଥାପନ କଲେ ବାଲିଗୁଡ଼ା ବିଧାୟକ

ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସରକାରଙ୍କ ପକ୍ଷରୁ ଆଜି ଲଣ୍ଡା ଗାଁ ରେ ଧାନ ମଣ୍ଡି ନିର୍ମାଣ ପାଇଁ ବାଲିଗୁଡ଼ା ବିଧାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ବାଲିଗୁଡ଼ା ଉପଜିଲ୍ଲାପାଳ, ଲଣ୍ଡା ଗାଁ ସରପଞ୍ଚ ସୁବିଧା ମଲ୍ଲିକ, ଟିକାବାଲି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ନରେଶ ପ୍ରଧାନ ଓ ଅନ୍ୟ କର୍ମଚାରୀଙ୍କ ସମେତ ଦୁଇ ପଞ୍ଚାୟତର ବହୁ ଚାଷୀ ଉପସ୍ଥିତ ଥିଲେ ।

ସେପଟେ ଲଣ୍ଡାଗାଁ ଓ ଖମଣ ଖୋଲ ଗ୍ରାମବାସୀ ତରଫରୁ ଅଭିରାମ ରଣା, ଦେବେନ୍ଦ୍ର କୁଦେଇ ଦୀର୍ଘ ଦିନର ଚାଷୀ ମାନଙ୍କ ଦାବୀ ପୂରଣ ପାଇଁ ରାଜ୍ୟ ସରକାର, ବାଲିଗୁଡା ବିଧାୟକ ଓ ପ୍ରଶାସନିକ ଅଧିକାରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି |