ତହସିଲଦାର ଙ୍କୁ ସମ୍ବର୍ଦ୍ଧନା

0
153
ତହସିଲଦାର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୦୫) : ଗତ କାଲି ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ର ସ୍ଥାନୀୟ କାଶୀନଗର ପ୍ରେସ୍ କ୍ଲବ ତରଫରୁ ନୂଆ ରେ ନିଯୁକ୍ତି ପାଇଥିବା ତହସିଲଦାର ଶ୍ରୀ ଲାରେନ୍ ସର୍ଖର ଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଥିଲା ।

କାଶୀନଗର ତହସିଲ ରେ ନୂଆ ରେ ନିଯୁକ୍ତି ପାଇଥିବା ତହସିଲଦାର ଶ୍ରୀ ଲାରେନ୍ ସର୍ଖର ଙ୍କୁ ପ୍ରେସ କ୍ଲବ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ତହସିଲଦାର ଶ୍ରୀ ଲାରେନ୍ ଏହାର ଉତ୍ତର ରେ ସେ ସାମ୍ବାଦିକ ମାନଙ୍କ ସହ ମିଶି ଉନ୍ନତି ମୂଳକ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏତଦ୍ ବ୍ୟତୀତ କାଶୀନଗର ପ୍ରେସ୍ କ୍ଲବ ପାଇଁ ଗୋଟିଏ ଯାଗା ଦେବେ ବୋଲି କହିଛନ୍ତି ।