ରବି ଚାଷ ପାଇଁ ବୁଡ଼ାଗୁଡା ଠାରେ ମଣ୍ଡି ଉଦଘାଟନ

0
178
ରବି ଚାଷ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧/୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ଆର ଏମ୍ ସି ୟାର୍ଡ ଠାରେ ରାୟଗଡା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ରବି ଚାଷ ପାଇଁ ମଣ୍ଡି ଉଦଘାଟନ କରାଯାଇଛି ।WhatsApp Image 2022 06 01 at 9.49.18 PM 1 ରବି ଚାଷ ପାଇଁ ବୁଡ଼ାଗୁଡା ଠାରେ ମଣ୍ଡି ଉଦଘାଟନ

ଏଥିରେ ସମବାୟ ସମିତି ଲି. ମିନି ବ୍ୟାଙ୍କ ର ଶାଖା ପରିଚାଳକ ସି. ଏଚ. କୋଟେଶ୍ୱର ରାଓ ମୁଖ୍ୟ ଅତିଥି ଭାବେ ରହି ରବି ଚାଷର ମଣ୍ଡି ଉଦଘାଟନ କରିଥିଲେ । ରବି ଚାଷ ପାଇଁ ବ୍ଲକରେ ୯ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ରେଜିଷ୍ଟେସନ କରିଥିବା ବେଳେ କେବଳ ଗୋଟିଏ ଚାଷୀ ସୁଦାମ ନାୟକଙ୍କ ଧାନ ବିକ୍ରି କରିବା ପାଇଁ ନାମ ରହିଛି ।

ଉକ୍ତ ବ୍ଲକରେ ଏକ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ରହିଥିବା ଶାଖା ପରିଚାଳକ ସୂଚନା ଦେଇଛନ୍ତି । ଏହା ଗୋଟିଏ ମାସ ର ପ୍ରତ୍ୟେକ ସମବାର ଦିନ ହିଁ ବୁଡ଼ାଗୁଡା ଠାରେ ଧାନ କିଣାଯିବ ବୋଲି କହିଛନ୍ତି । ଏଥିରେ ଲ୍ୟାମ୍ପ କର୍ମଚାରୀ ଓ କିଛି ଚାଷୀ ଉପସ୍ଥିତ ଥିଲେ ।