ବ୍ରଜରାଜନଗର ଉପନିର୍ବାଚନ ର ଭୋଟ୍‌ ଗଣତି ଆଜି

0
136
ବ୍ରଜରାଜନଗର ଉପନିର୍ବାଚନ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୩/୦୬) : ଆଜି ବ୍ରଜରାଜନଗର ଉପନିର୍ବାଚନ ର ଭୋଟ୍‌ ଗଣତି ହେବ । ସକାଳ ୮ ଟାରୁ ଭୋଟ୍‌ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।

ପ୍ରଥମେ ପୋଷ୍ଟାଲ୍‌ ବାଲଟ ଗଣାଯିବ । ଏହାର ୩୦ ମିନିଟ୍‌ ପରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖାଯାଇଥିବା ଇଭିଏମ୍‌ ଖୋଲାଯାଇ ଭୋଟ୍‌ ଗଣତି କରାଯିବ । ୨୭୯ଟି ବୁଥ୍‌ ଥିବାରୁ ୨୦ ରାଉଣ୍ଡ୍ ବା ପର୍ଯ୍ୟାୟରେ ଗଣତି ସଂପୂର୍ଣ୍ଣ ହେବ । ବ୍ରଜରାଜନଗର ଉପନିର୍ବାଚନ ର ଭୋଟ୍ ଗଣତି ପାଇଁ ୨୦ ଜଣ ମାଇକ୍ରୋ ଅବଜରଭର, ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟଙ୍କୁ ନିୟୋଜିତ କରାଯାଇଛି ।

ଭୋଟ୍‌ ଗଣତି କାର୍ଯ୍ୟ ନିରୀକ୍ଷଣ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୬୩ ଜଣ କାଉଣ୍ଟିଂ ଏଜେଣ୍ଟ ଆବେଦନ କରିଛନ୍ତି । ଭୋଟ୍‌ ଗଣନା କାର୍ଯ୍ୟକୁ ଜନସାଧାରଣ results.ecoigov.in ରେ ଦେଖିପାରିବେ । ଭୋଟ୍‌ ଗଣତି କେନ୍ଦ୍ରରେ ଗଣମାଧ୍ୟମ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର କକ୍ଷ ଖୋଲାଯାଇଛି । ଏଠାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଗଣତି ସମ୍ପର୍କିତ ତଥ୍ୟ ପାଇପାରିବେ ।

ଅନ୍ୟପକ୍ଷରେ, ଭୋଟ୍‌ ଗଣତି କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସ୍‌ପି ରାହୁଲ ଜୈନଙ୍କ ନେତୃତ୍ୱରେ ରାଜ୍ୟ ପୁଲିସ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀଙ୍କୁ ଏଥିପାଇଁ ମୁତୟନ କରାଯାଇଥିବା ଜଣାପଡ଼ିଛି ।