ମନ୍ତ୍ରୀମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଆରମ୍ଭ କଲା ବିଜେଡି

0
168
ମନ୍ତ୍ରୀମଣ୍ଡଳ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୪/୦୬) : ରାଜ୍ୟ ମନ୍ତ୍ରୀମଣ୍ଡଳ ରେ ବଡ ଧରଣ ର ଅଦଳବଦଳ ହେବାକୁ ଯାଉଛି । ଅପ୍ରତ୍ୟାଶିତ ଭାବେ ଅନେକ ମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ଫୋନ କଲ୍‌ ଯାଇଛି । ଯେଉଁମାନଙ୍କ ଭିତରେ ସର୍ବାଗ୍ରେ ରହିଛି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାଁ । ଇତି ମଧ୍ୟରେ ବାଚସ୍ପତି ମଧ୍ୟ ନିଜ ଇସ୍ତଫା ଦେଇ ସାରିଲେଣି ।Odisha Ministers New 2017 ମନ୍ତ୍ରୀମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଆରମ୍ଭ କଲା ବିଜେଡି

ଏପରିକି ତାଙ୍କ ଇସ୍ତଫା ପତ୍ରକୁ ଉପ ବାଚସ୍ପତି ଗ୍ରହଣ ମଧ୍ୟ କରି ସାରିଛନ୍ତି । କେବଳ ସୂର୍ଯ୍ୟ ପାତ୍ର ନୁହଁନ୍ତି । ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଇସ୍ତଫା ଦେଇଛନ୍ତି । ମନ୍ତ୍ରୀ ରଘୁନନ୍ଦନ ଦାସ, ପଦ୍ମନୀ ଦିଆନ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିକ୍ରମ ଆରୁଖ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର ପ୍ରମୁଖଙ୍କୁ ମଧ୍ୟ ବଦଳ କରାଯିବାକୁ ଏକପ୍ରକାର ସ୍ଥିର କରାଯାଇଛି ବୋଲି ସୂଚନା ମିଳୁଛି । ମନ୍ତ୍ରୀମଣ୍ଡଳ ରେ ଯେଉଁ ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଭଲ ନ ଥିଲା ଏବଂ ଯେଉଁମାନେ ବିବାଦ ଘେରରେ ରହିଥିଲେ ।

ସେମାନଙ୍କୁ ଏହି ପାଳିରେ ବାଦ୍ ଦେବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କ ସ୍ଥାନରେ ୧୦ରୁ ୧୨ ନୁଆ ମୁହଁ ସାମିଲ ହେବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଖବର ଅନୁଯାୟୀ, ବାଚସ୍ପତି ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେଇଥିବା କଥା ସ୍ପଷ୍ଟ କରିଛନ୍ତି । ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମଧ୍ୟ ଇସ୍ତଫା ଦେଇଥିବା କଥା ନିଜେ ସ୍ବୀକାର କରିଛନ୍ତି ।

ଜୁନ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟରକୁ ୨୫ ବର୍ଷ ପୂରିଛି । ଏହା ପୂର୍ବରୁ ମେ’ ୨୯ ରେ ନବୀନଙ୍କ ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହୋଇଥିଲା । ଏଥିସହ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଓ ରାଜ୍ୟସଭା ନିର୍ବାଚନ ଶେଷ ହୋଇଛି । ଯେଉଁଥିରେ ଦଳ ଭଲ ପ୍ରଦର୍ଶନ କରିଛି । ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏଭଳି ସମୟରେ ନିଜର ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ଆଣିବାକୁ ମୁଖ୍ୟମନ୍ତ୍ରୀ ମନସ୍ଥିର କରିଛନ୍ତି ବୋଲି ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରୁ ବିଦେଶ ଗସ୍ତରେ ଯାଉଥିବାରୁ ତା’ର ଯଥେଷ୍ଟ ପୂର୍ବରୁ ଏହି ମନ୍ତ୍ରିମଣ୍ଡଳ ଗଠନ ହେବାର ସମ୍ଭାବନା ରହିଛି । ଆନ୍ଧ୍ରପ୍ରଦେଶ ଢାଞ୍ଚାରେ ରାଜ୍ୟ ସରକାର ଏହି ଅଦଳବଦଳ ପ୍ରକ୍ରିୟାକୁ ରୂପ ଦେଉଛନ୍ତି ବୋଲି ରାଜନୈତିକ ସମିକ୍ଷକଙ୍କ ମତ ।