ସ୍ତ୍ରୀ ସରକାରୀ ଚାକିରି ପାଇବା ପରେ ହାତ ହାଣିଦେଲେ ସ୍ୱାମୀ

0
148
ସ୍ତ୍ରୀ ସରକାରୀ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର/କୋଲକାତା, (୦୭/୦୬) : ସ୍ତ୍ରୀ ସରକାରୀ ଚାକିରି ପାଇଲେ କେଉଁ ସ୍ୱାମୀ ବା ଖୁସି ନହେବ ! ଯଦି ସରକାରୀ ଚାକିରି ହୋଇଥିବ, ତା’ହେଲେ ଭାଗ୍ୟ ଖୋଲିଗଲା ବୋଲି କୁହାଯିବ । ଏମିତି ସ୍ଥିତିରେ ସ୍ତ୍ରୀର ଖୁସିରେ ସ୍ୱାମୀ ନାଚିବା କଥ। । ହେଲେ ପଶ୍ଚିମବଙ୍ଗରୁ ସମ୍ପୂର୍ଣ୍ଣ ଓଲଟା ଖବର ଆସିଛି । ଯାହା ଆପଣଙ୍କୁ ଆଚମ୍ବିତ କରିଦେବ ।

ଏଠାରେ ଜଣେ ସ୍ତ୍ରୀ ସରକାରୀ ଚାକିରି ପାଇବା ଖବର ସ୍ୱାମୀକୁ ଈର୍ଷାନ୍ୱିତ କରିଛି । ଖାଲି ସେତିକି ନୁହଁ ରାଗରେ ସେ ସ୍ତ୍ରୀର ହାତ ହାଣି ଦେଇଛନ୍ତି । ସ୍ତ୍ରୀ ଯେମିତି ଚାକିରିରେ ଯୋଗ ଦେଇ ନ ପାରିବ ସେଥିପାଇଁ ଏଭଳି କାଣ୍ଡ ଭିଆଇଛନ୍ତି ସ୍ୱାମୀ । କୋଲକାତା ର ପୂର୍ବ ବୁର୍ଡ଼ାନ ଜିଲ୍ଲା ର କେତୁଗ୍ରାମରେ ଏହି ଘଟଣା ଘଟିଛି । ସ୍ୱାମୀ ର ନାଁ ଶେର ମହମ୍ମଦ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନା ହେଉଛି ରେଣୁ ଖାତୁନ ।

ରେଣୁ ଖାତୁନ ସ୍ଥାନୀୟ ଏକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ହସପିଟାଲରେ ଭର୍ତ୍ତି କରି ଫେରାର ହୋଇଯାଇଛନ୍ତି ଶେର ମହମ୍ମଦ । ସୂଚନା ଅନୁଯାୟୀ ରେଣୁ ଖାତୁନ ନର୍ସିଂ ଟ୍ରେନିଂ ପରେ ଏକ ଘରୋଇ ହସପିଟାଲରେ ନର୍ସ ଭାବେ କାମ କରୁଥିଲେ । ନିକଟରେ ସେ ସରକାରୀ ଚାକିରି ପାଇଥିଲେ । କିନ୍ତୁ ଏଥିରେ ତାଙ୍କ ସ୍ୱାମୀ ଖୁସି ହେବା ପରବର୍ତ୍ତେ ରାଗି ଯାଇଥିଲେ । ସ୍ଥାନୀୟ ଲୋକଙ୍କ କହିବାର ଅନୁଯାୟୀ, ତାଙ୍କ ସ୍ୱାମୀ ନିଜେ ରୋଜଗାରକ୍ଷମ ନୁହଁନ୍ତି । ସେ ବେକାର ଅଛନ୍ତି । ତେଣୁ ସରକାରୀ ଚାକିରି ପାଇଲା ପରେ ସ୍ତ୍ରୀ କାଳେ ତାଙ୍କୁ ଛାଡ଼ି ପଳାଇବ ଭାବି ସେ ଡରି ଯାଇଥିଲେ ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର କଳହ ହୋଇଥିଲା । ଏପରିକି ସରକାରୀ ଚାକିରିରେ ଯୋଗ ନଦେବାକୁ ରେଣୁଙ୍କ ଉପରେ ଚାପ ପକାଇଥିଲେ ଶେର ମହମ୍ମଦ । କିନ୍ତୁ ତାଙ୍କ କଥାରେ ରାଜି ହୋଇ ନଥିଲେ ରେଣୁ । ଶେଷରେ ଶେର ମହମ୍ମଦ ଉତ୍ତ୍ୟକ୍ତ ହୋଇ ଆଜି ରେଣୁଙ୍କ ହାତ ହାଣି ଦେଇଥିଲେ । ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।