ତିନି ମାସ ର ଭତ୍ତା ଟଙ୍କା ହଡପ କରଛନ୍ତି ପିଓ : ଅଭିଯୋଗ କରିଛନ୍ତି ଇନ୍ତାଲିଗୁଡା ଗ୍ରାମବାସୀ

0
278
ତିନି ମାସ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୯/୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ର ଇନ୍ତାଲିଗୁଡା ଗ୍ରାମରେ ତିନି ମାସ ହେବ ଭତ୍ତା ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତି ।WhatsApp Image 2022 06 09 at 7.33.18 PM ତିନି ମାସ ର ଭତ୍ତା ଟଙ୍କା ହଡପ କରଛନ୍ତି ପିଓ : ଅଭିଯୋଗ କରିଛନ୍ତି ଇନ୍ତାଲିଗୁଡା ଗ୍ରାମବାସୀ

ସରକାର ତରଫରୁ ମଧୁବାବୁ ପେନସନ ଯୋଜନାରେ ବିଧବା, ବାର୍ଦ୍ଧକ୍ୟ, ବିକଳାଙ୍ଗ ଙ୍କୁ ପେନସନ ଯୋଗାଇ ଆସୁଥିବା ବେଳେ ତିନି ମାସ ହେବ ଇନ୍ତାଲିଗୁଡା ଗାଁ ର ପ୍ରାୟ ୩୦ ରୁ ୪୦ ଜଣ ହିତାଧିକାରୀ ଭତ୍ତା ପାଇ ନଥିବା ଅଭିଯୋଗ କରିଛନ୍ତି । ସେମାନେ ହିକକା ସେଲି, କୁଲେସିକା ଜିପ, କୁଲେସିକା ମାଝିୱାଣୀ, ହିକକା ଜିଟୁ, ମାଝିୱାଣୀ ହିକକା ପ୍ରାସ୍କା ଲାଚିକା, ମିଲାପୁଇ କୁଲେସିକା, ହିକକା କ୍ରିଷ୍ଣା, କୁନାକା ନିଳାଇ, କୁନାକା ଆପେୟା, କୁନାକା ସାଲାଇ, କୁନାକା ଦାସ, କୁନାକା ଗେଦା, କୁନାକା କାଳିଆ, କୁନାକା କମଳା, ହିକକା ଲଖଣ, କୁନାକା ରାଧାମା, ହିକକା ନୀଳକଣ୍ଠ, ହିକକା ଆଲେ ପ୍ରମୁଖକୁ ଚଳିତ ବର୍ଷ ମାର୍ଚ୍ଚ ମାସଠାରୁ ଭତ୍ତା ମିଳିନଥିବା ଅଭିଯୋଗ କରିଛନ୍ତି । ଟଙ୍କା ହାତକୁ ଦେଇ ନାହାଁନ୍ତି କି ବ୍ୟାଙ୍କ ଆକାଉଣ୍ଟ ରେ ଟଙ୍କା ଜମା କରି ନଥିବା ମହିଳା ମାନେ କହିଛନ୍ତି ।

ଏହି ସମ୍ପର୍କରେ ପିଓ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୁଁ ଭୁଲ ମାନିଲି ବିଡ଼ିଓ ଙ୍କୁ ମଧ୍ୟ କହିଛି ମୁଁ ଏ ମାସରେ ପ୍ରଥମେ ଇନ୍ତାଳିଗୁଡା ଗାଁର ଲୋକ ମାଙ୍କୁ ଦେବି ମୋର ବ୍ୟକ୍ତିଗତ ଅସୁବିଧା ହେତୁ ଟଙ୍କା ଏ ପଟେ ସେ ପଟେ ହୋଇଯାଇଛି ମୁଁ ଆଡ଼ଯେଷ୍ଟ କରିଦେବି ବୋଲି କହିଛନ୍ତି ।