ଟୀକା ଦେବା ପରେ ଦୁଇ ମାସ ର ଶିଶୁ ମୃତ୍ୟୁ ଅଭିଯୋଗ କଲେ ଗ୍ରାମବାସୀ

0
342
ଟୀକା ଦେବା ପରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୯/୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ର ମେଦିନି ପୁଟ ଗାଁରେ ସ୍ଵାସ୍ଥ୍ୟ ବିଭାଗ ତରଫରୁ ୦ ରୁ ୫ ବର୍ଷ ଶିଶୁ ମାନଙ୍କୁ ପ୍ରତ୍ୟେକ ମାସ ଭଳି ବୁଧବାର ଦିନ ଟୀକା ଦିଆଯାଇଛି । ସେହିପରି ଗତ କାଲି ମଧ୍ୟ ସବୁବେଳେ ପରି ଟୀକା ଦେବା ର ୧୮ ଘଣ୍ଟା ସମୟ ପରେ ଶିଶୁ ର ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗତ ବୁଧବାର ଦିନ ସ୍ଵାସ୍ଥ୍ୟ ବିଭାଗ ର ମହିଳା ସ୍ୱାସ୍ଥ୍ୟ କର୍ମୀ ଜ୍ୟୋତ୍ସ୍ନାରାଣୀ ସାହୁ, ଆଶା ରିତା କାଡ୍ରାକା, ଅଙ୍ଗନବାଡ଼ି କର୍ମୀ ସ୍ନେହଲତା ମହାରଣା, ପ୍ରମୁଖ ଉପସ୍ଥିତ ରହି ୦ ରୁ ୫ ବର୍ଷ ର ୨୨ ଜଣ ଶିଶୁମାନଙ୍କୁ ଆଇ ପି ବି ଓ ପି ବି ପି ସି ବି, ଟୀକା ଦେବା ପରେ ପୋଲିଓ ବୁନ୍ଦା ଖାଇଥିଲେ । ସେଥିରୁ କାଡ୍ରାକା ପୁଷ୍ପା ସ୍ୱାମୀ ହେମନ୍ତ ଙ୍କ ଶିଶୁ କୁ ମଧ୍ୟ ଟୀକା ଦେଇଥିଲେ । ଟୀକା ଦେବାର ପ୍ରାୟ ୯ ଘଣ୍ଟା ସମୟ ପରେ ଶିଶୁକୁ ସାମାନ୍ୟ ଜ୍ୱର ହୋଇଥିଲା ।

ରାତ୍ର ୧୦ ଘଣ୍ଟା ପରେ ଶିଶୁ ର ଦେହରେ ତାତି ବା ଜ୍ଵର କମିଥିଲା । ରାତ୍ର ୨ ଟା ଓ ୩ ଟା ସମୟ ମା କ୍ଷୀର ପିଆଇଥିଲେ । ପୁଣି ୫ ଟା ସମୟରେ ଶିଶୁକୁ ଉଠାଇ କ୍ଷୀର ପିଆଇବାକୁ ଦେଖିବା ବେଳକୁ ଶିଶୁ ଆଉ ଉଠି ନଥିଲା । ଯାହା ଫଳରେ ଶିଶୁ ର ମୃତ୍ୟୁ ହୋଇଥିବା ଜାଣି ପାରି ମାଁ ପରିବାରକୁ ଶିଶୁ ମୃତ୍ୟୁ ହୋଇଛି ବୋଲି ଜଣାଇଥିଲେ ।

ଏହି ଖବର ଗ୍ରାମବାସୀ ଜାଣିବା ପରେ ଆଶା, ଅଙ୍ଗନବାଡି ଓ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଡକାଇ ପଚାର ଉଚର କରିଥିଲେ । ଦୁଇ ବର୍ଷ ର ଶିଶୁ କୁ ଯେତିକି ଟୀକା ଦିଆଯାଇଛି ସେତିକି ଟୀକା ତିନି ବର୍ଷ ର ଶିଶୁକୁ ମଧ୍ୟ ସେତିକି ଟୀକା କେମିତି ଦେଲ । ଯାହା ଫଳରେ ଶିଶୁ ର ମୃତ୍ୟୁ ହୋଇଗଲା । ସେମିତି ଅନ୍ୟ କିଛି ଶିଶୁକୁ ମଧ୍ୟ ଝାଡା ହେଉଥିବା ଅଭିଯୋଗ କରିଥିଲେ । ଏହି ଖବର ପାଇ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଡାକ୍ତର ଚିନ୍ମୟୀ ଲିମା, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ମାଝୀ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ପ୍ରେମଲତା ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ କରିଛନ୍ତି ।

ଏ ବିଷୟରେ ଡାକ୍ତର ଚିନ୍ମୟୀ ଲିମାଙ୍କୁ ପଚାରିବାରୁ ସେ କହିଲେ ଟୀକା ଦ୍ୱାରା ଶିଶୁ ର ମୃତ୍ୟୁ ହୋଇନାହିଁ । ସରକାର ଙ୍କ ନିୟମ ଅନୁଯାୟୀ ଟୀକା ଦିଆଯାଇଛି । ଶିଶୁ ର ଓଜନ କମ ଥିଲା । ଏହାର ତଦନ୍ତ ଚାଲିଛି । ଉକ୍ତ (ଟୀକା) ଭେକସିନ କୁ ପରୀକ୍ଷାଗାର କୁ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି । ଡାକ୍ତର ଲିମା ଙ୍କ ତଦନ୍ତ ପରେ ଶିଶୁ କୁ ରୀତି ନୀତି ଅନୁସାରେ ସତ୍କାର କରିଥିଲେ ।