ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳିତ

0
141
ଜଗନ୍ନାଥ ମନ୍ଦିରରେ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୪/୦୬) : ବୌଦ୍ଧ ଜିଲ୍ଲା ର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି ।WhatsApp Image 2022 06 14 at 5.04.21 PM ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ଏହି ଅବସରରେ ହରଭଙ୍ଗା ବ୍ଲକ ସ୍ଥିତ ଠିଡିକାଜୋର, ପୁରୁଣାକଟକ, ତିଲେଶ୍ୱର, ଧଳପୁର, ହରଭଙ୍ଗା, ଛତ୍ରଙ୍ଗ, କରଞ୍ଜ କଟା, ରାମଗଡ, ବିରାମଚନ୍ଦ୍ର ପୁର, ସରସରା ଆଦି ଜଗନ୍ନାଥ ମନ୍ଦିରରେ ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନ ବେଶ ମହାଆଡମ୍ବର ଭାବେ ପାଳିତ ହୋଇଯାଇଛି ।

ପ୍ରଥମେ ଭୋର ୪ ଘଣ୍ଟା ସମୟରେ ମନ୍ଦିର ଦ୍ଵାର ଫିଟା, ଅବକାଶ ନୀତି ପରେ ସକାଳ ୬ ଘଣ୍ଟା ସମୟରେ ବାଳ ଭୋଗ ଓ ମଙ୍ଗଳ ଆଳତି କରାଯାଇଥିଲା । ତାପରେ ନାମ ସଂକୀର୍ତ୍ତନ ସହିତ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ପରେ ସଙ୍କଳ୍ପ ଜଳ ଅଣାଯାଇଥିଲା ।

ମନ୍ଦିରରେ ଜଳ ପହଞ୍ଚିବା ପରେ ରତ୍ନ ସିଂହାସନ ରୁ ପହଣ୍ଡି କରାଯାଇ ଠାକୁରଙ୍କୁ ସ୍ନାନବେଦୀରେ ବିଜେ କରାଯାଇଥିଲା । ହୋମ କାର୍ଯ୍ୟ ସମ୍ପାଦାନ ପରେ ନାମ ସଂକୀର୍ତ୍ତନ ସହିତ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ମନ୍ତ୍ରପାଠ ମଧ୍ୟରେ ଠାକୁର ଙ୍କ ସ୍ନାନନୀତି ସମାପନ ପରେ ମହାପ୍ରଭୁ ଭକ୍ତମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଥିଲେ ।