ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ସହ ଅନ୍ୟ ଜଣେ ଗୁରୁତର ଆହତ

0
196

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗିର,(୦୬/୦୮) : ଆଜି ସକାଳୁ ସକାଳୁ ବଲାଙ୍ଗିର ସହରରେ ଘଟିଛି ଏକ ଦୁଃଖଦ ଘଟଣା । ଦୁର୍ଗାମନ୍ଦିର ଛକ ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ।

ମୃତ ମହିଳାଙ୍କ ନାଁ ପ୍ରମିଳା ମହାପାତ୍ର । ଆହତଙ୍କ ନାଁ ଉଷା ସିଂ । ଦୁହେଁ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା ସାରି ଫେରୁଥିବା ବେଳେ ଏକ ଟମାଟୋ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା । ପିକ୍‌ଅପ୍‌ ଧକ୍କାରେ ପ୍ରମିଳା ରାସ୍ତାକଡ଼ ନାଳରେ ପଡ଼ି ଯାଇଥିଲେ । ପିକ୍‌ଅପ୍‌ ଭ୍ୟାନ୍‌ ମଧ୍ୟ ନାଳ ଉପରେ ଚଢ଼ି ଯାଇଥିଲା ଓ ତା’ ତଳେ ପ୍ରମିଳା ଚାପି ହୋଇ ରହିଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ ପ୍ରମିଳାଙ୍କ ସାଙ୍ଗରେ ଯାଉଥିବା ଉଷା ସିଂହ ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଛିଟିକି ପଡ଼ିଥିଲେ । ସେ ସାମାନ୍ୟ ଆହତ ହୋଇଛନ୍ତି ।

ବଲାଙ୍ଗିର ଟାଉନ୍ ଥାନା ପୁଲିସ୍ କ୍ରେନ୍‌ ସାହାଯ୍ୟରେ ପିକ୍‌ଅପ୍‌ ଭ୍ୟାନ୍‌କୁ ଉଠାଇବା ପରେ ପ୍ରମିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ପୁଲିସ୍ ପିକ୍‌ଅପ୍ ଭ୍ୟାନ୍‌ଟିକୁ ଜବତ କରିଥିବା ବେଳେ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।