ଦେବ ସ୍ନାନ ପୂର୍ଣ୍ଣିମା ପାଳିତ

0
170
ଦେବ ସ୍ନାନ ପୂର୍ଣ୍ଣିମା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୦୬) : ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ସହରରେ ପ୍ରତିଷ୍ଠିତ ଅତି ପୁରାତନ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ କାଶୀନଗର ଠାରେ ପ୍ରତିଷ୍ଠିତ ସର୍ବ ପୁରାତନ ଜଗନ୍ନାଥ ମଠରେ ଦେବ ସ୍ନାନ ପୂର୍ଣ୍ଣିମା ମହା ସମାରୋହ ରେ ପାଳିତ ହୋଇଛି । ୧୯୮୦ ମସିହା ପ୍ରବଳ ବନ୍ୟାରେ ଜରାଜୀର୍ଣ୍ଣ ହୋଇ ଥିବା ଏହି ମନ୍ଦିର କୁ ପୁନଃ ନିର୍ମାଣ କରିବା ସହ ରଥଯାତ୍ରା ର ସମସ୍ତ ନୀତି ଏଠାରେ ପାଳିତ ହୋଇଥାଏ ।

ମନ୍ଦିର ର ମୁଖ୍ୟ ତଥା ମହନ୍ତ ଶ୍ରୀ ପଦ୍ମ ଚରଣ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜ ସେବୀ ଆୟୁର୍ବେଦିକ ଡ଼ାକ୍ତର ଶ୍ରୀ ରମାକାନ୍ତ ପାତ୍ର, ଯୁବ ସମାଜ ସେବୀ ଅଭିଜିତ ପାତ୍ର, ଶିଧୁ ମହାପାତ୍ର, ପଞ୍ଚାନନ, ଗୋପୀନାଥ ନାୟକ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।