ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଗଲେ ଜିଆଇଇଟି ଵିଶ୍ଵବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ

0
132
ଏକ ଭାରତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୭/୬) : ଆଜି ମହାରାଷ୍ଟ୍ର ଗଲେ ଜିଆଇଇଟି ଵିଶ୍ଵ ବିଦ୍ୟାଳୟ ର ୨୫ ଜଣ ଛାତ୍ରଛାତ୍ରୀ । ଭାରତ ସରକାରଙ୍କ ଅଜାଦି କା ଅମୃତ ମହୋତ୍ସବ ଏକ ଭାରତ ଶ୍ରେଷ୍ଠ ଭାରତ ଯୋଜନାରେ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମରେ ଜିଆଇଇଟି ଵିଶ୍ଵ ବିଦ୍ୟାଳୟ ର ୨୫ ଜଣ ଛାତ୍ରଛାତ୍ରୀ ଯୋଗ ଦେବେ ।WhatsApp Image 2022 06 27 at 7.55.42 PM 1 ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଗଲେ ଜିଆଇଇଟି ଵିଶ୍ଵବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ

ମହାରାଷ୍ଟ୍ର ଏବଂ ଓଡ଼ିଶା ଏହି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ସହଯୋଗୀ ରାଜ୍ୟ ଭାବେ ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନ କରିବେ । ଏହି ଛାତ୍ର ବିନିମୟ କାର୍ଯ୍ୟକ୍ରମରେ ଵିଶ୍ଵ ବିଦ୍ୟାଳୟ ର ୨୫ ଜଣ ଛାତ୍ରଛାତ୍ରୀ ଙ୍କ ସହ ୨ ଜଣ ଅଧ୍ୟାପକ ଅଧ୍ୟାପିକା ଯାତ୍ରା କରୁଛନ୍ତି । ଆଜି ଗୁଣୁପୁର ବିଶାଖାପାଟଣା ଟ୍ରେନ ଯୋଗେ ବିଶାଖାପାଟଣା ଯାଇ ସେଠାରୁ ମୁମ୍ବାଇ ଯାତ୍ରା କରିବେ । ମୁମ୍ବାଇସ୍ଥିତ ଠାକୁର କଲେଜ ଅଫ ଇଂଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଅନୁଷ୍ଠାନରେ ଅତିଥେୟ ପ୍ରଦାନ କରାଯିବ । ଏହି ଛାତ୍ର ବିନିମୟରେ କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟ ରାଜ୍ୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆପୋଷ ସମ୍ପର୍କ ସୃଷ୍ଟି ହେବ ବୋଲି ଜଣାପଡିଛି । ପରସ୍ପର ଜୀବନଶୈଳୀ, ସଂସ୍କୃତି, ପରମ୍ପରା, ଶିକ୍ଷା ପଦ୍ଧତି ବିଷୟରେ ମତ ବିନିମୟ କରିବା ପାଇଁ ସୁଯୋଗ ମିଳିବ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ର ଭାଷା ଶିଖିବା, ଖାଦ୍ୟପେୟ, ସଂସ୍କୃତି, ପରମ୍ପରା, ସଙ୍ଗୀତ, କ୍ରୀଡା ପ୍ରଭୁତି ର ଆଦାନ ପ୍ରଦାନ କରାଯିବ । ଏହି ଅବସରରେ ଵିଶ୍ଵ ବିଦ୍ୟାଳୟ ପକ୍ଷରୁ ରେଜିଷ୍ଟ୍ରାର ଡ଼ଃ ଏନ.ଭି.ଜେ. ରାଓ, ବିଭାଗୀୟ ଡ଼ିନ, ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକ ପ୍ରମୁଖ ମୁମ୍ବାଇ ଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।