ବାଣିଶ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ଉଦଯାପିତ

0
121
ବାଣିଶ୍ରୀ ବିହାର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, ତା (୩୦/୬) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାଣିଶ୍ରୀ ବିହାର ଗୁଣପୁରରେ ପାରଳାଖେମୁଣ୍ଡି ଓ ଗୁଣପୁର ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ଉଦଯାପିତ ହୋଇଯାଇଛି ।

ଇତ୍ୟବସରରେ ଗଜପତି ଜିଲ୍ଲା ପ୍ରମୁଖ ଶ୍ରୀ ପ୍ରସାଦ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବାଣିଶ୍ରୀ ବିହାର ଶିଶୁ ମନ୍ଦିର ର ଯୋଜନା ଓ ଏହାର ଆଦର୍ଶକୁ ସଂକ୍ଷେପରେ ପ୍ରତିପାଦନ କରିଥିଲେ । ସ୍ଥାନୀୟ ଏ.ବି.ଇ. ଓ ଶ୍ରୀମତୀ ଲଷ୍ମୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନ ର ପ୍ରଧାନଆଚାର୍ଯ୍ୟ ତଥା ଗୁଣପୁର ସଂକୁଳ ସଂଯୋଜକ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭାପତି ଶ୍ରୀ ବି. ଗଜପତି ରାଓ ଉପସ୍ଥିତ ରହି ଶିଶୁ ମନ୍ଦିର ର ଲକ୍ଷ୍ୟ ଓ ଭବିଷ୍ୟ ବିଷୟରେ ଆଲୋକପାତ କରିଥିଲେ ।

ଗୁଣପୁର ସଂକୁଳ ପ୍ରମୁଖ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ । ପାରଳାଖେମୁଣ୍ଡି ସଂକୁଳ ସଂଯୋଜକ ତଥା ପ୍ରଧାନାଚାର୍ଯ୍ୟ ଶ୍ରୀ ସରୋଜ ପଣ୍ଡା ଉପସ୍ଥିତ ଥିଲେ । ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ସୋମନାଥ ଗୌଡ଼ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତ୍ରି ଦିବସୀୟ ଉକ୍ତ କାର୍ଯ୍ୟାଶାଳାରେ ଗୁଣପୁର ଓ ପାରଳାଖେମୁଣ୍ଡି ସଂକୁଳ ର ସମସ୍ତ ଶିଶୁ ବିଦ୍ୟା ମନ୍ଦିର ର ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନେ ସକ୍ରିୟ ଯୋଗଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଉକ୍ତ କର୍ମଶାଳାରେ ଅତିଥି ପରିଚୟ ଓ ବୃତ୍ତ କଥନ କରିଥିଲେ ।