ଏଡ୍ସରେ ଆକ୍ରାନ୍ତ ମହିଳା ଅନ୍ୟ ହାତକୁ ଟେକିଦେବେ ନିଜ ଦୁଇ ସନ୍ତାନ ଙ୍କୁ

0
234
ଏଡ୍ସରେ ଆକ୍ରାନ୍ତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା (୩୦/୦୬) : ନିଜର ଦୁଇ ଛୋଟ ସନ୍ତାନ ସହ ବିପଦପୂର୍ଣ୍ଣ ଅବସ୍ଥାରେ ଏକ ଝାଟି ମାଟି କୁଡ଼ିଆ କରି ରହୁଛନ୍ତି ଏଡ୍ସରେ ଆକ୍ରାନ୍ତ ମହିଳା ପ୍ରମିଷ୍ଟା ।

ପ୍ରକାଶ ଯେ, ଟିଟିଲାଗଡ ଥାନା ଅନ୍ତର୍ଗତ ବାନ୍ଧୁପଲା ଗ୍ରାମ ଶେଷ ମୁଣ୍ଡରେ ପ୍ରମିଷ୍ଟା ଶେଖ (ଛଦ୍ମନାମ) ନାମ୍ନୀ ଜଣେ ଏଡ୍ସରେ ଆକ୍ରାନ୍ତ ବିଧବା ମହିଲା ବିପଦ ସଂକୁଳ ଅବସ୍ଥାରେ ରହି ନିଜ ଦୁଇ ସନ୍ତାନ ଙ୍କୁ ଅନ୍ୟ କାହା ହାତରେ ଟେକି ଦେବାକୁ ଲୋକ ଖୋଜୁଛନ୍ତି । ପ୍ରମିଷ୍ଟା ବିଗତ ଦିନରେ ଜଣେ ମୁସଲମାନ ସଂପ୍ରଦାୟ ର ଯୁବକ ସହ ବିବାହ କରିବାରୁ ଗ୍ରାମ ଓ ସମାଜ ରୁ ବାସନ୍ଦ କରିଦେଇଥିଲେ ।

ବିବାହ କରି ଅନ୍ୟ ଏକ ଭଡାଘରେ ଥିବା ବେଳେ ତାଙ୍କ ସ୍ୱାମୀ ଙ୍କ ଏଚ ଆଇ ଭି/ଏଡ୍ସରେ ମୃତ୍ୟୁ ଘଟିଥିଲା । ସ୍ୱାମୀ ଙ୍କ ମୃତ୍ୟୁ ପରେ ପ୍ରମିଷ୍ଟା ନିଜେ ଏଚ.ଆଇ.ଭି. ଭୁତାଣୁରେ ସଂକ୍ରମିତ ବୋଲି ଜାଣି ପାରିଥିଲେ । ସେ ନିୟମିତ ଏ.ଆର.ଟି. ଔଷଧ ସେବନ କରୁଥିବା ବେଳେ ଶଯ୍ୟାଶାୟୀ ହୋଇପଡିଛନ୍ତି । ସ୍ୱାମୀ ଙ୍କ ମୃତ୍ୟୁ ପରେ ପ୍ରମିଷ୍ଟା ତାଙ୍କ ଦୁଇ ସନ୍ତାନ ଙ୍କୁ ନେଇ ବନ୍ଧୁପଲା ଗ୍ରାମ ଶେଷ ମୁଣ୍ଡରେ ବିଦ୍ୟୁତ ବିଭାଗ ର ଟ୍ରାନ୍ସଫର୍ମର ନିକଟରେ ଆଶ୍ରୟ ନେଇଛନ୍ତି ।

ବର୍ତ୍ତମାନ ପ୍ରମିଷ୍ଟାଙ୍କ ସ୍ୱାସ୍ଥ୍ୟ ଠିକ ରହୁ ନ ଥିବା ଓ ସେ ଶଯ୍ୟାଶାୟୀ ହୋଇପଡିଥିବା ବେଳେ ଉକ୍ତ ଦୁଇ ସନ୍ତାନ ଙ୍କୁ ପାଳିବା ଅସମ୍ଭବ ହୋଇପଡ଼ିଛି । ଏକ ରାସନ କାର୍ଡ଼ ଥିବା ବେଳେ ଆବାସ ଯୋଜନାରେ ତାଙ୍କୁ ତାଲିକା ଭୁକ୍ତ କରାଯାଇ ନାହିଁ । ଏଭଳି ସ୍ଥିତିରେ ସେ ତାଙ୍କ ଦୁଇ ସନ୍ତାନ ଙ୍କୁ କିଏ ନେବ ନା ପ୍ରଶାସନ କିଛି ଥଇଥାନ କରିବ ଦେଖିବାକୁ ବାକି ରହିଛି ।