ଟ୍ରାକଟର ଓଲଟି ଡ୍ରାଇଭର ମୃତ

0
123
ଟ୍ରାକଟର ଓଲଟି

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୧/୦୭) : ହରଭଙ୍ଗା ବ୍ଲକ ସଙ୍କୁଲୋଇ ପଞ୍ଚାୟତ ହରିହର ପୁର ଗ୍ରାମରେ ବିଲକୁ ହଳକରି ଯାଇ ଟ୍ରାକଟର ଓଲଟି ପଡ଼ିବାରୁ ଡ୍ରାଇଭର ର ମୃତ୍ୟୁ ଘଟିଛି ।

ସୂଚନା ମୁତାବକ ଆଜି ସକାଳ ସମୟରେ ହରଭଙ୍ଗା ବ୍ଲକ ସଙ୍କୁଲୋଇ ପଞ୍ଚାୟତ ହରିହର ପୁର ଗ୍ରାମ ର ସୁବାସ ପ୍ରଧାନ ଟ୍ରାକଟର ଯୋଗେ ସଂକୁଲୋଇ ଗ୍ରାମ ର ହାଇସ୍କୁଲ ନିକଟକୁ ବିଲ ହଳ କରିବାକୁ ଯାଇଥିଲେ । ହଳ ସାରି ରାସ୍ତା ଉପରକୁ ଗାଡି କାଢ଼ିବା ସମୟରେ ଭରସାମ୍ୟ ହରାଇ ଟ୍ରାକଟର ଓଲଟି ପଡିଥିଲା । ଫଳରେ ଟ୍ରାକଟର ତଳେ ଡ୍ରାଇଭର ଜଣକ ଚାପି ହୋଇଯାଇଥିଲେ ।

ସ୍ଥାନୀୟ ଜନସାଧାରଣ ଉଦ୍ଧାର କରି ଦମକଳ ବାହିନୀକୁ ଖବର ଦେବାରୁ ତାଙ୍କୁ ଅଗ୍ନିଶମ ଗାଡ଼ିରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଖାନରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।