ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମନ୍ଵୟ ମେଳା ଅନୁଷ୍ଠିତ

0
233
ଭାରତୀୟ ଷ୍ଟେଟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା. (୫/୭) : ଭାରତୀୟ ଷ୍ଟେଟ ବ୍ୟାଙ୍କ ରାୟଗଡ଼ା ତରଫରୁ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମନ୍ଵୟ ମେଳା ଅନୁଷ୍ଠିତ ହୋଇଯାଇଛି l

ଏହି ମେଳାରେ ରାୟଗଡ଼ା ଜିଲ୍ଲା ର ୨୧୬ ଗୋଟି ଏସଏଚଜି ଗୋଷ୍ଠୀକୁ ସର୍ବମୋଟ ଟ. ୫.୩୯ କୋଟି ର ଋଣ ପ୍ରଦାନ କରାଯାଇଛି l କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ଏହି ସମନ୍ଵୟ ମେଳା ଅନୁଷ୍ଠିତ ହୋଇଥିଲା l ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଗ୍ରଣୀ ଶାଖା ପକ୍ଷରୁ ହୋଇଥିବା ଏହି ସମନ୍ଵୟ ମେଳାରେ ମୁଖ୍ୟ ଅତିଥି ଭାବେ ଶ୍ରୀମତି ସ୍ୱଧା ଦେଵସିଂ, ଜିଲ୍ଲାପାଳ ରାୟଗଡ଼ା ଯୋଗଦାନ କରି ହିତାଧିକାରୀ ଗୋଷ୍ଠୀକୁ ମଞ୍ଜୁର ଅର୍ଥ ର ସଠିକ ଯୋଜନା କରି ତାହାର ବିନିଯୋଗ ଉପରେ ଅନୁରୋଧ କରିଥିଲେ l

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଗ୍ରଣୀ ଶାଖା ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଏଲ୍.ଡି.ଏମ୍ ଶ୍ରୀ ଧୀରେନ୍ଦ୍ର ବିହାରୀ ପରିଚାଳନା କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ପିଡି. ଡି.ଆର୍.ଡି.ଏ ରାୟଗଡ଼ା ରବିନାରାୟଣ ତ୍ରିପାଠୀ, ଏସବିଆଇ ର ଆଞ୍ଚଳିକ ପ୍ରବନ୍ଧକ ରାଜେନ୍ଦ୍ର ନାରାୟଣ ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜାଜ୍ଞସେନି ବେହେରା, ପୌର ନିର୍ବାହୀ ଅଧିକାରୀ ୟାସ୍ସୀର ବିଲାଲ ଅହମଦ, ଡ଼ିପିସି ମିଶନ ଶକ୍ତି ନିରଞ୍ଜନ ମଲ୍ଲିକ, ଡିପିଏମ ଓଡ଼ିଶା ଜୀବିକା ମିଶନ ହେମନ୍ତ କୁମାର ବାଘ, ଡିପିଏମ ଓରମାସ ମନୋଜ କୁମାର ପାତ୍ର ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଉପସ୍ଥିତ ଅତିଥି ମାନଙ୍କ ହସ୍ତରେ ୫.୩୯ କୋଟି ର ଚେକ ସହିତ ହିତାଧିକାରୀଙ୍କ ଋଣପତ୍ର ପ୍ରଦାନ କରାଯାଇଥିଲା । ସର୍ବଶେଷରେ ଆଞ୍ଚଳିକ ବ୍ୟାଙ୍କ ର ମୁଖ୍ୟ ପ୍ରବନ୍ଧକ ତୁଳସୀଦାସ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।