୧୦୦ ବୋତଲ କଫ ସିରପ ଜବତ କଲା ସୋନପୁର ପୁଲିସ : ୩ ଗିରଫ

0
187
୧୦୦ ବୋତଲ କଫ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୬/୭) : ବେଆଇନ କଫ ସିରଫ କାରବାରକୁ ନେଇ ତିନି ଜଣକୁ ଗିରଫ କରିଛି ସୋନପୁର ପୋଲିସ । ତା ସହ ୧୦୦ ବୋତଲ କଫ ସିରଫ ଏବଂ ଏକ ସ୍କୁଟି ମଧ୍ୟ ଜବତ କରିଛି ପୁଲିସ ।

ସୋନପୁର ଥାନା ଅଞ୍ଚଳରେ କିଛି ଦିନ ହେଲା ବେଆଇନ ଭାବେ କଫ ସିରଫ କାରବାର ଚାଲିଥିଲା । ତେବେ ଆଜି ସକାଳେ ସଦର ବ୍ଲକ ଛକ ରୁ ପଟାଭାଡି ରାସ୍ତାରେ ଥିବା ସଖି ସେଣ୍ଟର ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ତିନି ଜଣ ଯୁବକ ଏକ ସ୍କୁଟିରେ ୧୦୦ ବୋତଲ କଫ ସିରପ କରୁଥିବା ବେଳେ ତାଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତମ ବେହେରା, ଭଗବାନ ସାହୁ ଓ ମାନସ ପାଢ଼ୀ । ସମସ୍ତ ଅଭିଯୁକ୍ତ ସୋନପୁର ସହର ଓ ଉଲୁଣ୍ଡା ର ବୋଲି ପୁଲିସ ସୂଚନା ଦେଇଛି । ଏ ନେଇ ସୋନପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସୋନପୁର ଉପଖଣ୍ଡ ପୋଲିସ ଅଧିକାରୀ । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଓ ସଦର ଆଇଆଇସି କୃଷ୍ଣ ଚନ୍ଦ୍ର ମେହେର ଉପସ୍ଥିତ ଥିଲେ ।