D.L.S.A. ତରଫରୁ ବନ ମହୋତ୍ସବ ପାଳନ

0
329
D.L.S.A.

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା.(୬/୦୭) : ରାୟଗଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ (D.L.S.A.) ଏବଂ ଜିଲ୍ଲା ଜଙ୍ଗଲ ବିଭାଗ ମିଳିତ ଆନୁକୁଲ୍ୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l

ରାୟଗଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ (D.L.S.A.) ଦ୍ୱାରା ୭୩ ତମ ବିଶ୍ୱ ବନ ମହୋତ୍ସବ ପାଳନ ଅବସରରେ ରାୟଗଡ଼ା ସ୍ଥିତ ମହର୍ଷୀ ବିଦ୍ୟା ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି l

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍ସ ଅଦାଲତ ର ବିଚାରପତି ଶ୍ରୀମତି ସୋନାଲି ପଟ୍ଟନାଏକ, ରେଜିଷ୍ଟର ଦେବିଜ୍ୟୋତି ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତି ନିବେଦିତା ପଣ୍ଡା, ଅନୁବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଗୁରୁଚରଣ ଜେନାମଣି, ଗ୍ରାମ୍ୟ ନ୍ୟାୟଧିକାରୀ ଶ୍ରୀମତି ସୁଭାସିନି ବେହେରା, ଜିଲ୍ଲା ବନ ଅଧିକାରୀ ଶ୍ରୀ ବିଜୟ କୁମାର ପାଢୀ, ଏ.ସି.ଏଫ୍ ଶ୍ରୀ ଅଶୋକ ପ୍ରଧାନ, ଜିଲ୍ଲା ଆଇନସେବା ପ୍ରାଧିକରଣ ର ପାନେଲ ଓକିଲ ଶ୍ରୀ ସାମୁଏଲ ତାଣ୍ଡି, ସ୍ଥାନୀୟ ବନ ବିଭାଗ ର କର୍ମଚାରୀ ପ୍ରମୁଖ ଯୋଗଦେଇ ଉକ୍ତ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ ଏବଂ ମହର୍ଷୀ ବିଦ୍ୟାମନ୍ଦିର ଶିକ୍ଷକ ବୃନ୍ଦ ବନ ମହୋତ୍ସବ ଅବସରରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l

ଏଠାରେ ବନ ବିଭାଗ ଦ୍ୱାରା ଯୋଗାଇ ଦିଆଯାଇଥିବା ବହୁ ଉପାଦେୟ ବୃକ୍ଷ ରୋପଣ କରାଯାଇଛି l ଆଗକୁ ମଧ୍ୟ ରାୟଗଡ଼ା ଜିଲ୍ଲା ର ବିଭିନ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯିବ ବୋଲି ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ପ୍ରକାଶ କରିଛନ୍ତି l