ଜିଲ୍ଲା ପାଠାଗାର ରେ ଉଦବୋଧନ ଦେଲେ ମାଟି ର ଗୌରବ କାର୍ତ୍ତିକ

0
147
ଜିଲ୍ଲା ପାଠାଗାର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୮/୭) : ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଙ୍କ ଅନୁରୋଧ କ୍ରମେ ସୁବର୍ଣ୍ଣପୁର ମାଟି ର ସୁଯୋଗ୍ୟ ସନ୍ତାନ କାର୍ତ୍ତିକ ପାଣିଗ୍ରାହୀ ସ୍ଥାନୀୟ ଜିଲ୍ଲା ପାଠାଗାର ର ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସଫଳ ହେବା ପାଇଁ ଆବଶ୍ୟକ ଉଦବୋଧନ ଦେଇଛନ୍ତି lWhatsApp Image 2022 07 09 at 10.56.44 AM ଜିଲ୍ଲା ପାଠାଗାର ରେ ଉଦବୋଧନ ଦେଲେ ମାଟି ର ଗୌରବ କାର୍ତ୍ତିକ

କାର୍ତ୍ତିକ ପାଣିଗ୍ରାହୀ ଚଳିତ ବର୍ଷ ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୬୩ ତମ ସ୍ଥାନ ଅଧିକାର କରି ରାଜ୍ୟରେ ପ୍ରଥମ ହେବାର ଗୌରବ ଅର୍ଜନ କରିଛନ୍ତି l ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନରୱେଣେ କାର୍ତ୍ତିକ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ର ଗୌରବ ବୋଲି ଅଭିହିତ କରି ତାଙ୍କ ଆଦର୍ଶରେ ନିଜକୁ ପ୍ରସ୍ତୁତ କରିବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ l

ଜିଲ୍ଲା ପାଠାଗାର ର ପାଠକ ମାନଙ୍କୁ ନିଜ ସଫଳତାର ଉଦାହରଣ ଦେଇ କାର୍ତ୍ତିକ କହିଲେ ଯେ ଦୃଢ଼ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ସହ ନିରନ୍ତର କଠିନ ପରିଶ୍ରମ ଦ୍ଵାରା ଜଣେ ପ୍ରଶାସନିକ ସେବା ଯେ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ ନିଶ୍ଚିତ ଭାବରେ ସଫଳତା ପାଇବ l ସୁବର୍ଣ୍ଣପୁରରେ ଏହିଭିଳି ଗୋଟିଏ ଉନ୍ନତ ମାନ ର ପାଠାଗାରରେ ଶହ ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଦେଖି ସେ ଖୁସି ବ୍ୟକ୍ତ କରିଥିଲେ l

ଦିଲ୍ଲୀ କିମ୍ବା ଭୁବନେଶ୍ୱର ନ ଯାଇ ଜଣେ ପିଲା ଏହିଠାରେ ପ୍ରସ୍ତୁତି କରି ମଧ୍ୟ ପ୍ରଶାସନିକ ପରୀକ୍ଷାରେ ସଫଳ ହୋଇ ପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ l ଏହି ଅବସରରେ ସେ ପାଠକ ମାନଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ଅତି ସୁନ୍ଦର ଭାବରେ ପ୍ରଦାନ କରି ତାଙ୍କର ମନୋବଳ ଦୃଢ଼ କରିଥିଲେ l ଏହି ଭଳି ଜଣେ ଆଦର୍ଶ ବ୍ୟକ୍ତିତ୍ୱଙ୍କୁ ପାଖରେ ପାଇ ଛାତ୍ର ଛାତ୍ରୀମାନେ ଖୁସିବ୍ୟକ୍ତ କରିଥିଲେ lWhatsApp Image 2022 07 09 at 10.56.44 AM 1 ଜିଲ୍ଲା ପାଠାଗାର ରେ ଉଦବୋଧନ ଦେଲେ ମାଟି ର ଗୌରବ କାର୍ତ୍ତିକ

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ଗ୍ରନ୍ଥାଳୟ ର ଗ୍ରନ୍ଥାଗାରିକ ବିଦ୍ୟାପତି ପଣ୍ଡାଙ୍କ ସମେତ ବହୁ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ l