ଆରମ୍ଭ ହେଲା ମାସିକ ଶ୍ରାବଣୀ ଯାତ୍ରା : ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

0
137
ଆରମ୍ଭ ହେଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୧୭/୦୭) : ଆରମ୍ଭ ହେଲା ମାସିକ ଶ୍ରାବଣୀ ଯାତ୍ରା । ପବିତ୍ର ଗୁରୁ ପୁର୍ଣ୍ଣିମା ରୁ ଆରମ୍ଭ ହୋଇଛି ଶ୍ରାବଣ ମାସ ।

ଆରମ୍ଭ ହେଲା ମାସିକ ଶ୍ରାବଣୀ ଯାତ୍ରା । ବିଶ୍ୱାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ ମିଳେ । ସେଇ ବିଶ୍ୱାସ ନେଇ ମାନସିକଧାରୀ ମହାଦେବଙ୍କ ନିକଟରେ ଜଳିଭିଷେକ କରନ୍ତି ଏହି ପବିତ୍ର ମାସରେ । ଆଜି ଶ୍ରାବଣ ମାସ ର ପ୍ରଥମ ସୋମବାର । ମନରେ ଅକୁଣ୍ଠ ଭକ୍ତିଭାବ ଓ ବିଶ୍ୱାସ ନେଇ ମହାଦେବଙ୍କ ନିକଟରେ ଜଳିଭିଷେକ କରିଛନ୍ତି କାଉଡ଼ିଆ ।

ରାଜ୍ୟ ର ବିଭିନ୍ନ ସ୍ଥାନ ଭଳି କନ୍ଧମାଳ ଜିଲ୍ଲା ବାଲିଗୁଡାରେ ମଧ୍ୟ ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ମହାଦେବଙ୍କ ନିକଟରେ ଜଳଲାଗି କରିବା ପାଇଁ ଶତାଧିକ କାଉଡ଼ିଆଙ୍କ ଭିଡ଼ ଲାଗିଛି । ସକାଳୁ ସକାଳୁ ବାଲିଗୁଡା ଖଡ଼ଗନଦୀ ଘାଟରେ ଶତାଧିକ କାଉଡ଼ିଆଙ୍କର ଭିଡ଼ ଜମିଥିଲା । ନଦୀରୁ ବାଲି ଆଣି ତୁଠରେ ବାଲୁକା ଲିଙ୍ଗ ସ୍ଥାପନା କରି ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବାପରେ ସଙ୍କଳ୍ପ ହୋଇ ଜଳ ନେଇ କାଉଡ଼ିଆମାନେ ବାହାରିଥିଲେ ଶିବାଳୟ ଅଭିମୁଖେ ।

ଗତ ଦୁଇ ବର୍ଷ ଧରି ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା । ଫଳରେ ସମସ୍ତ ଧର୍ମ ପୀଠ ଜନଶୂନ୍ୟ ହୋଇପଡ଼ିଥିଲା ଏବଂ ଭକ୍ତ ଶ୍ରଦ୍ଧାଳୁଙ୍କ ମନରେ ନିରାଶାଭାବ ଦେଖା ଦେଇଥିଲା । କିନ୍ତୁ ଚଳିତ ବର୍ଷ ଭଗବାନଙ୍କ କୃପାରୁ କଟକଣା କୋହଳ ହୋଇଥିବା ଯୋଗୁଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବ ବର୍ଷ ଭଳି ଚଳିତବର୍ଷ ପ୍ରଥମ ଶ୍ରାବଣ ସୋମବାରରେ ଶତାଧିକ କାଉଡ଼ିଆଙ୍କର ଭିଡ଼ ଦେଖିବାକୁ ମିଳିଛି ବାଲିଗୁଡ଼ା ଅଞ୍ଚଳ ର ବିଭିନ୍ନ ଶୈବପୀଠରେ ।

ପୂର୍ବରୁ ବାଲିଗୁଡା ଅଞ୍ଚଳରେ କମ୍ ଭକ୍ତ ଏହି ମାସିକ ଶ୍ରାବଣୀ ବ୍ରତ ପାଳୁଥିଲେ । କ୍ରମଶଃ ଭକ୍ତଙ୍କ ମନସ୍କାମନା ପୁରଣ ହେବା ସହ ମନରେ ଅଗାଢ଼ ଭକ୍ତି ନେଇ ଧିରେ ଧିରେ କାଉଡ଼ିଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଅଞ୍ଚଳରେ । ବାଲିଗୁଡା ସମେତ ଆଖପାଖ ଅଞ୍ଚଳର ହଜାର ହଜାର କାଉଡ଼ିଆ ବାଲିଗୁଡା ଖଡ଼ଗନଦୀ ଘାଟରେ ଏକାଠି ହୋଇ ଘାଟରୁ ଜଳନେଇ ମହାଦେବଙ୍କ ନିକଟରେ ଜଳଲାଗି କରିବା ପାଇଁ ବାହାରିଥାନ୍ତି ।

ପ୍ରଥମ ସୋମବାର ରୁ ବାଲିଗୁଡାରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶ୍ରାବଣ ମାସରେ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୂଣ୍ୟ ମିଳେ । ଏହି ବିଶ୍ୱାସ ନେଇ ଦୁର ଦୁରାନ୍ତରୁ କାଉଡ଼ିଆ ଜଳ ନେଇ ମହାଦେବଙ୍କ ନିକଟରେ ଜଳଲାଗି କରିବା ପାଇଁ ବାହାରିଛନ୍ତି ଶିବାଳୟ ଅଭିମୁଖେ ।