ଆଜିଠୁ ଆରମ୍ଭ ହେବ +୨ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା

0
140
ଆଜିଠୁ ଆରମ୍ଭ ହେବ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୦/୦୭) : ଆଜିଠୁ ଆରମ୍ଭ ହେବ +୨ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା । ସାମ୍ସ ଓଡ଼ିଶା ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଜିଠୁ ଆବେଦନ କରିପାରିବେ । ଆଜି ଦିନ ୧୧ଟା ରେ www.samsodisha.gov.in ରେ ଉପଲବ୍ଧ ହେବ କମନ ଆପ୍ଲିକେସନ ଫର୍ମ ।

ଆଜିଠୁ ଆରମ୍ଭ ହେବ +୨ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିପାରିବେ । ଅଗଷ୍ଟ ୧୭ ତାରିଖ ଦିନ ୩ ଟାରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ । ପ୍ରଥମ ପର୍ଯ୍ୟାୟ ନାମଲେଖା ଅଗଷ୍ଟ ୧୯ ରୁ ଆରମ୍ଭ ହୋଇ ୨୫ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ସେପ୍ଟେମ୍ବର ୨ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ ଲିଷ୍ଟ ।

ସେପ୍ଟେମ୍ବର ୫ ରୁ ୭ ତାରିଖ ପର୍ଯ୍ୟନ୍ତ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ସେପ୍ଟେମ୍ବର ୧୩ ତାରିଖରେ ପ୍ରକାଶ ପାଇବ ସ୍ପଟ୍ ସିଲେକ୍ସନ ପାଇଁ ବଳକା ସିଟ୍ ତାଲିକା । ୧୩ ଓ ୧୪ ତାରିଖରେ ସ୍ପଟ୍ ନାମଲେଖା ପାଇଁ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ । ୧୫ ସେପ୍ଟେମ୍ବରରେ ପ୍ରକାଶ ପାଇବ ଫାଇନାଲ ମେରିଟ ଲିଷ୍ଟ । ଏହାପରେ ୧୫ ଓ ୧୬ ଦୁଇ ଦିନ ହେବ ସ୍ପଟ ଆଡ଼ମିଶନ ।

ଚଳିତ ବର୍ଷ ଠାରୁ ଯୁକ୍ତ ଦୁଇରେ ଶତ ପ୍ରତିଶତ ସିଲାବସ୍ ଆଧାରରେ ପିଲାଙ୍କ ପରୀକ୍ଷା ହେବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆଁ ବିଜ୍ଞପ୍ତି ଅନୁସାରେ ୨୦୨୩ ରେ ଛାତ୍ରଛାତ୍ରୀ ୧୦୦% ସିଲାବସ୍ ଆଧାରରେ ପରୀକ୍ଷା ଦେବେ । ହେଲେ ୨୦୨୨ ରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀ ପୁରୁଣା ସିଲାବସ୍ ଅନୁସାରେ ୨୦୨୩ ରେ ପରୀକ୍ଷା ଦେବେ । କରୋନା ପାଇଁ ଗତ ବର୍ଷ ଯୁକ୍ତ ୨ ସିଲାବସ୍‌କୁ ହ୍ରାସ କରାଯାଇଥିଲା । ୭୦ % ସିଲାବସରେ ପରୀକ୍ଷା ହୋଇଥିଲା ।