ମହିଳା ସବ୍‌ଇନ୍ସପେକ୍ଟର ଙ୍କୁ ଗାଡ଼ି ମଡ଼ାଇ ହତ୍ୟା

0
117
ମହିଳା ସବ୍‌ଇନ୍ସପେକ୍ଟର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ରାଞ୍ଚି, (୨୦/୦୭) : ଝାଡ଼ଖଣ୍ଡରେ ହରିୟାଣା ଘଟଣା ର ପୁନରାବୃତ୍ତି । ଗାଡ଼ି ଚେକିଂ ବେଳେ ଜଣେ ମହିଳା ସବ୍‌ଇନ୍ସପେକ୍ଟର ଙ୍କୁ ପିକଅପ୍‌ ଭ୍ୟାନ ମଡ଼ାଇ ହତ୍ୟା କରାଯାଇଛି । ଆଜି ରାଞ୍ଚିରେ ଏହି ଘଟଣା ଘଟିଛି ।

ଆଜି ସକାଳେ ରାଞ୍ଚି ର ତୁପୁଡାନା ଅଞ୍ଚଳ ର ଜଣେ ମହିଳା ସବ୍‌ଇନ୍ସପେକ୍ଟର ଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରାଯାଇଛି । ମୃତ ମହିଳା ସବଇନ୍ସପେକ୍ଟର ଜଣକ ହେଲେ ସନ୍ଧ୍ୟା ତୋପ୍ନୋ । ତୁପୁଡ଼ାନପା ପୁଲିସ ଷ୍ଟେସନରେ ଇନଚାର୍ଜ ଭାବେ ଦାୟିତ୍ୱରେ ଥିଲେ ସନ୍ଧ୍ୟା । ତେବେ ଏହି ଘଟଣାରେ ଅଭିଯୁକ୍ତ ପିକଅପ୍‌ ଭ୍ୟାନ୍‌ ଡ୍ରାଇଭରଙ୍କୁ ଗିରଫ କରାଯାଥିଲା ବେଳେ ଗାଡ଼ିଟିକୁ ଜବତ କରାଯାଇ ଥିବା ରାଞ୍ଚି ଏସଏସପି କୌଶଲ କୁମାର ସୂଚନା ଦେଇଛନ୍ତି । ବେଆଇନ ଗୋରୁ ଚୋରା ଚାଲାଣ ନେଇ ପୁଲିସ ସୂଚନା ପାଇ ଯାଞ୍ଚ ହେଉଥିଲା ।

ଏହି ଚେକ ପୋଷ୍ଟରେ ସନ୍ଧ୍ୟା ତୋପ୍ନୋ ଯାଞ୍ଚ କରୁଥିବା ବେଳେ ତାଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିବା ପୁଲିସ କହିଛି । ତେବେ ଗତକାଲି ହରିୟାଣାରେ ସମାନ ଢ଼ଙ୍ଗରେ ଅତି ଜଘନ୍ୟ କା‌ଣ୍ଡ ଘଟିଛି । ଜଣେ ଡିଏସ୍‌ପିଙ୍କୁ ଟ୍ରକ୍‌ (ଡମ୍ପର) ମଡ଼ାଇ ହତ୍ୟା କରାଯାଇଛି । ତାଉରୁ ଡିଏସ୍‌ପି ସୁରେନ୍ଦ୍ର ସିଂହ ଏବଂ ତାଙ୍କ ଟିମ୍‌ ଗତକାଲି ପୂର୍ବାହ୍ନ ୧୧ ଟା ୩୦ ମିନିଟ୍‌ ସମୟରେ ନୁହ ଜିଲ୍ଲା ର ପଚଗାଓଁ ଅଞ୍ଚଳ ନିକଟସ୍ଥ ଆରାବଳୀ ପର୍ବତରେ ଚାଲିଥିବା ବେଆଇନ ଖଣି ଖନନ କାର୍ଯ୍ୟ ଉପରେ ଚଢ଼ଉ ପାଇଁ ଯାଇଥିଲେ ।

ବେଆଇନ ଭାବେ ପଥର ନେଉଥିବା ଡମ୍ପରକୁ ଅଟକାଇବା ପାଇଁ ସେ ନିଜର ଟିମ୍‌ ସହ ପହଞ୍ଚିଥିଲେ । ଚଢ଼ଉ ସମୟରେ ସେ ପଚଗାଓଁ ଗ୍ରାମ ନିକଟରେ ଏକ ଟ୍ରକ୍‌କୁ ଅଟକାଇବାକୁ ଚେଷ୍ଟା କରିଥି‌ଲେ । କାଗଜପତ୍ର ଯାଞ୍ଚ କରିବା ପାଇଁ ସିଂହ ଇକ୍କର ନାମକ ଜଣେ ଟ୍ରକ୍‌ ଡ୍ରାଇଭରକୁ ଅଟକିବା ପାଇଁ ସଙ୍କେତ ଦେଇଥିଲେ । କିନ୍ତୁ ଡ୍ରାଇଭର୍‌ ଗାଡ଼ି ଅଟକାଇବା ବଦଳରେ ଗାଡ଼ିର ବେଗ ବଢ଼ାଇ ଡିଏସ୍‌ପିଙ୍କ ଉପରେ ଗାଡ଼ି ମଡ଼ାଇ ଚାଲି ଯାଇଥିଲା ।