ଆଜି ଠାରୁ ଗୁଣୁପୁର କଟକ ମେମୁ ଟ୍ରେନ ଆରମ୍ଭ

0
223
ଆଜି ଠାରୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୦୭) : ଆଜି ଠାରୁ ଗୁଣୁପୁର କଟକ ମେମୁ ଟ୍ରେନ ର ଆରମ୍ଭ ହୋଇଥିବାରୁ ଗଜପତି ଓ ରାୟଗଡ଼ା ଜିଲ୍ଲାବାସୀ ଖୁସି ପ୍ରକୋଟ କରିଛନ୍ତି ।WhatsApp Image 2022 07 21 at 6.35.44 AM ଆଜି ଠାରୁ ଗୁଣୁପୁର କଟକ ମେମୁ ଟ୍ରେନ ଆରମ୍ଭ

ସୂଚନା ମୁତାବକ ଏହି ମେମୁ ଟ୍ରେନ ଟି କଟକ ଠାରୁ ପଲସା ପର୍ଯ୍ୟନ୍ତ ଯାତ୍ରା କରୁଥିଲା । ପୂର୍ବତଟ ରେଳବାଇ ର ଏହି ଟ୍ରେନ କୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ଘୋଷଣା ପରେ ଆଜି ଠାରୁ ମେମୁ ଟି ଯାତ୍ରୀଙ୍କ ସେବାରେ ଲାଗିବ । ଗୋଟିଏ ପଟ ନୂଆଁ ଟ୍ରେନ ପଡ଼ିବା ରୁ ଲୋକ ଖୁସି ଜଣାଇଥିବା ବେଳେ ସମୟ ସାରଣୀ କୁ ନେଇ ଲୋକେ ଚିନ୍ତା ବ୍ୟକ୍ତ କରିଛନ୍ତି । ପାରଳାଖେମୁଣ୍ଡିରେ ରାତ୍ର ୧୨ ଟାରେ ପହଞ୍ଚିବ ।

ସେହିଭଳି କାଶୀନଗରରେ ୧୨.୪୫ ରେ ଗୁଣୁପୁରରେ ରାତ୍ର ୧ ଘଣ୍ଟା ପରେ ପହଞ୍ଚିବ । ପୁଣି ରାତ୍ର ୩ ଟାରେ ଗୁଣୁପୁର ରୁ ଛାଡି ୧୧ ଟାରେ ସକାଳେ କଟକରେ ପହଞ୍ଚିବ । ଏଣୁ ସମୟ ସାରଣୀରେ ପରିବର୍ତ୍ତନ କଲେ ଯାତ୍ରୀ ଆହୁରି ଅଧିକ ସୁବିଧା ପାଇବେ । ଏହି ଟ୍ରେନ କୁ କାଶୀନଗର ଠାରେ କାଶୀନଗର ନାଗରିକ ମହାସଭା ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦେବାକୁ ପ୍ରସ୍ତୁତ କରାଯାଉଛି । ସେହିଭଳି ଗୁଣୁପୁରରେ ମଧ୍ୟ ସ୍ୱାଗତ କରାଯିବ ବୋଲି ଜଣା ପଡିଛି ।